ମାଲକାନଗିରି : ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ପାପୀ ପାଲଟିଲା ପିତା । ନିଜ ୧୩ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ।
ମିଳିଥିବା ସୂଚନାନୁଯାୟୀ ବାଲିମେଳା ସହରର ଡ୍ରଗଲାଇନ ଅଞ୍ଚଳରେ ରହୁଥିବା ନିତାଇ ସରକାର ନାମକ ବ୍ୟକ୍ତି ଗତ ୫ ତାରିଖ ମଧ୍ୟରାତ୍ରରେ ବାପ-ଝିଅର ପବିତ୍ର ସମ୍ପର୍କକୁ ଭୁଲି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ନିତାଇ ଆଜିକୁ ୨ ବର୍ଷ ହେବ ବାଲିମେଳା ସହରରେ ବସବାସ କରିବା ସହ ଜଳ ବିଦ୍ୟୁତ କେନ୍ଦ୍ରରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ଗତ ୮ ମାସ ତଳେ ନିଜ ସ୍ତ୍ରୀ ସହ ପାଟିତୁଣ୍ଡ ହେବାରୁ ସାନ ପୁଅକୁ ନେଇ ସେ ବାପ ଘରକୁ ଚାଲି ଯାଇଥିଲା। ଘରେ ବାପା ଓ ୧୩ ବର୍ଷୀୟ ନାବାଳିକା ଝିଅ ରହୁଥିଲେ।