ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ବାଲିଆ ଠାରେ ଆଜି (ବୁଧବାର) ପୂର୍ବାହ୍ନ ୧୧ ଟା ସମୟରେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼।ଗୁରୁତର ଯୁବକଙ୍କୁ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଗୁଳି ମାଡ଼ରେ ଗୁରୁତର ଯୁବକ ହେଲେ ସହଦେବଖୁଣ୍ଟା ଟାଇଲିବସା ଅଞ୍ଚଳର ବାବୁଲା ବିନ୍ଧାଣୀ ଙ୍କ ପୁଅ ମନୋରଞ୍ଜନ ବିନ୍ଧାଣି(୩୪)।
ମନୋରଞ୍ଜନ ବାଲିଆ ହିନ୍ଦ୍ ଜିମରୁ ବାହାରି ବାଇକ୍ ରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରେ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁହଁରେ ଛୁଇଁ ପଳାଇ ଯାଉଥିବାର ଜଣା ପଡ଼ିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରେ ଗୁଳି ମାଡ଼ କରାଯାଇଥିବା କୁହାଯାଇଛି।