ଭୁବନେଶ୍ୱର : ସାରା ରାଜ୍ୟର ବିଦ୍ୟୁତ୍ ଗ୍ରହାକଙ୍କୁୁ ବଡ଼ ଆଶ୍ୱସ୍ତି । ଗ୍ରୀଷ୍ମ ଆସିବା ପୂର୍ବରୁ କମିଲା ବିଜଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା । ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି ।
ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମା ଯାଇଛି । ଆହୁରି ମଧ୍ୟ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ସରକାର ବଢ଼ାଇବେ ନାହିଁ । ବିଦ୍ୟୁତ ଦର ସମ୍ପର୍କରେ ଗତ ୧୫ ଦିନ ଧରି ଓଇଆରସିରେ ଶୁଣାଣି ଚାଲିଥିଲା । ଶେଷରେ ବିଦ୍ୟୁତ୍ ଦର କମାଇବା ପାଇଁ ନିଷ୍ପତ୍ତି ହୋଇଛି ।
ପ୍ରତି ସ୍ଲାବରେ କମିଲା ୧୦ ପଇସା । ବିପିଏଲ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ହ୍ରାସ କରିଛନ୍ତି ରାଜ୍ୟ ସରକାର । ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଲା । ଇ-ପେମେଣ୍ଟରେ ବିଲ୍ ପିଛା ମିଳିବ ୧୦ ଟଙ୍କା ରିହାତି । ପ୍ରିପେଡ ମିଟରଧାରୀଙ୍କୁ ମିଳିବ ୪% ରିହାତି ।