ଭୁବନେଶ୍ବର : ରାଜ୍ୟରେ ସୁରକ୍ଷିତ ଭାବେ ଦିପାବଳୀ ପାଳନ ଏବଂ ବାଣଫୁଟା ନେଇ ପ୍ରଦ୍ୟୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥର ଦିପାବଳୀରେ ସନ୍ଧ୍ୟା ୭ଟାରୁ ରାତି ୯ଟା ଭିତରେ ବାଣଫୁଟାଇବାକୁ ଅନୁମତି ଦିଆଯାଇଛି। ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟିକାରି ବାଣ ଫୁଟାଇବା ମନା କରାଯାଇଥିବାବେଳେ ପାର୍କ ଓ ସାଇଲେନ୍ସ ଜୋନରେ ବାଣଫୁଟାଇବାକୁ ବାରଣ ହୋଇଛି।
ସେହିପରି ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ କୋର୍ଟର ୧୦୦ ମିଟର ଭିତରେ ବାଣ ଫୁଟାଇବା ମନା କରାଯାଇଥିବାବେଳେ ଧାର୍ମିକ ଅନୁଷ୍ଠାନାର ୧୦୦ ମିଟର ଭିତରେ ବି ବାଣ ଫୁଟାଯାଇପାରିବ ନାହିଁ ବୋଲି କୁହାଯାଇଛି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ରହିଥିବାବେଳେ ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାଇବା ବାରଣ ହୋଇଛି। ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଶବ୍ଦ ଯୁକ୍ତ ବାଣଦେବା ମନା କରାଯାଇଛି। ତେବେ ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି ଓ ବ୍ୟବହାର ପାଇଁ ମନା ହୋଇଛି।