କଟକ: ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ହେବ ଶୁଣାଣି । ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା ଏବିଭିପି । ଏବିଭିପି ସାଧାରଣ ସମ୍ପାଦକ ଅରିଜିତ ପଟ୍ଟନାୟକ ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ପିଟିସନ ଫାଇଲ କରିଥିଲେ । ତେବେ ଆଜି ଏନେଇ ଶୁଣାଣି କରିବେ ହାଇକୋର୍ଟ । ପିଟିସନକାରୀଙ୍କ ପକ୍ଷରୁ ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ଲଗାତାର ଷଷ୍ଠ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଲାଗି ସରକାରଙ୍କ ନିଷ୍ପତ୍ତି ବିରୋଧରେ ସାରା ରାଜ୍ୟରେ ମୁଣ୍ଡ ଟେକିଛି ଛାତ୍ର ଅଶାନ୍ତି ।
କଲେଜ କ୍ୟାମ୍ପସରୁ ରାଜ୍ୟରେ ନୂଆ ନେତୃତ୍ବ ସୃଷ୍ଟି ହେବା ଭୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିବା ଅଭିଯୋଗ କରିଛି ବିଦ୍ୟାର୍ଥୀ ପରିଷଦ। ୨୦୧୭ ମସିହାରୁ ଲଗାତାର କଲେଜ ଓ ୟୁନିଭରସିଟି ଇଲେକ୍ସନକୁ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଆସୁଛନ୍ତି ରାଜ୍ୟ ସରକାର। ଯାହା ଯୁବ ନେତୃତ୍ବ ପ୍ରତି ରାଜ୍ୟ ସରକାରଙ୍କ ଭୟକୁ ସ୍ପଷ୍ଟ ଦର୍ଶାଉଛି। ୨୦୧୮ରେ ବାତ୍ୟା ତିତଲି, ୨୦୧୯ରେ କ୍ୟାମ୍ପସ ଅଶାନ୍ତି, ୨୦୨୦ରେ କୋଭିଡ ଆଳ ଦେଖାଇ ଛାତ୍ର ସାଂସଦ ନିର୍ବାଚନ ବନ୍ଦ ରଖିଥିଲେ ସରକାର।