ଭୁବନେଶ୍ୱର : ଫେବ୍ରୁଆରୀରୁ ଖରା ତାତି । ଏବେଠୁ ଏତେ, ଆଗକୁ କେତେ । ଦିନ ୧୦ଟାରୁ ଟାଣ ଖରା ଅନୁଭୂତ ହେଉଛି । ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନହେଲେ ବି ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି ।
ଗତକାଲି ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପାମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଟିଟିଲାଗଡ଼ରେ ୩୪.୫, ମାଲକାନଗିରିରେ ୩୪.୨, ବୌଦ୍ଧ ଓ ବଲାଙ୍ଗୀରରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ଉପକୂଳ ଓଡ଼ିଶା ସମେତ କୋରାପୁଟ, କନ୍ଧମାଳ, ରାୟଗଡ଼ା, ଅନୁଗୁଳ ଓ ଢେଙ୍କାନାଳରେ ହାଲୁକରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।