ଭୁବନେଶ୍ୱର – ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଆସନ୍ତା ୩ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ଏ ନେଇ ସମସ୍ତ ଜିଲ୍ଲାପାଳ, ସ୍ୱାସ୍ଥ୍ୟସଚିବ, ଶ୍ରମ କମିଶନଙ୍କ ସହ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରଖର ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିକ୍ ଆୱାରରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ଉପକୂଳ ଜିଲ୍ଲାରେ ତାପମାତ୍ରା ସ୍ଥିର ରହିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଜାରି ରହିବ । କିଛି ସ୍ଥାନରେ ନିର୍ବାଚନ ଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ଅଫିସରୁ ମାର୍ଗଦର୍ଶିକା ଜାରି ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ।
May 31, 2024
0 Comment
96 Views
ଗ୍ରୀଷ୍ମ ପ୍ରବାହ : ଆଉ ତିନି ଦିନ ଗୁରୁତ୍ୱପୂର୍ଣ୍ଣ
by Editor
ଭୁବନେଶ୍ୱର – ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଆସନ୍ତା ୩ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ଏ ନେଇ ସମସ୍ତ ଜିଲ୍ଲାପାଳ, ସ୍ୱାସ୍ଥ୍ୟସଚିବ, ଶ୍ରମ କମିଶନଙ୍କ ସହ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରଖର ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିକ୍ ଆୱାରରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ... Read More