ନୂଆଦିଲ୍ଲୀ : ଇସ୍ରାଏଲର ଘନ ଘନ ଆକ୍ରମଣରେ ଦୁଇ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲା ଥରହର ହୋଇପଡ଼ିଛନ୍ତି। ଇସ୍ରାଏଲ ଜଣକ ପରେ ଜଣେ ଦୁଇ ସଂଗଠନର ଟପ୍ ନେତାଙ୍କୁ ଟାର୍ଗେଟ କରି ନିପାତ କରିବା ପରେ ଉଚ୍ଚ ପଦବୀରେ ଥିବା ନେତୃବୃନ୍ଦଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା, ଅଲ୍ଲୀ କାରାକୀ, ଉପମୁଖ୍ୟ ନାବିଲ କାଉକ, ମହମ୍ମଦ ସ୍ରୁର, ଇବ୍ରାହିମ କ୍ଵେବୈସି, ଇବ୍ରାହିମ ଆକିଲ ଏବଂ ମହମ୍ମଦ ନାସର ଭଳି ଏକାଧିକ ଟପ ନେତାମାନଙ୍କୁ ଇସ୍ରାଏଲ ନିପାତ କରିବା ପରେ ଅନ୍ୟ ବରିଷ୍ଠ ନେତାମାନେ ଏବେ ଆତ୍ମଗୋପନ କରିବାକୁ ବାଟ ଖୋଜୁଛନ୍ତି। ଏହା ମଧ୍ୟରେ ସଂଗଠନର ଉପ ମହାସଚିବ ନାଏମ କାସେମ ପ୍ରାଣ ବିକଳରେ ଲେବାନନ ଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି। ସେ ଏବେ ଆତ୍ମଗୋପନ ସକାଶେ ତେହରାନରେ ପହଞ୍ଚିଥିବା ସୂଚନା ମିଳିଛି। କେବଳ କାସେମ ନୁହନ୍ତି, ଅନେକ ବଡ଼ ବଡ଼ ନେତୃବୃନ୍ଦ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ୨ ଦିନ ତଳେ ଇସ୍ରାଏଲ ହମାସ ନେତା ୟାହ୍ୟା ସିନଓ୍ବାରକୁ ନିପାତ କରିଥିଲା।
October 21, 2024
0 Comment
2 Views
ଦେଶ ଛାଡ଼ିଲେ ହେଜବୋଲ୍ଲା ଉପମହାସଚିବ ନାଏମ କାସେମ
by Editor
ନୂଆଦିଲ୍ଲୀ : ଇସ୍ରାଏଲର ଘନ ଘନ ଆକ୍ରମଣରେ ଦୁଇ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲା ଥରହର ହୋଇପଡ଼ିଛନ୍ତି। ଇସ୍ରାଏଲ ଜଣକ ପରେ ଜଣେ ଦୁଇ ସଂଗଠନର ଟପ୍ ନେତାଙ୍କୁ ଟାର୍ଗେଟ କରି ନିପାତ କରିବା ପରେ ଉଚ୍ଚ ପଦବୀରେ ଥିବା ନେତୃବୃନ୍ଦଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା, ଅଲ୍ଲୀ କାରାକୀ, ଉପମୁଖ୍ୟ ନାବିଲ କାଉକ, ମହମ୍ମଦ ସ୍ରୁର, ଇବ୍ରାହିମ କ୍ଵେବୈସି, ଇବ୍ରାହିମ ଆକିଲ ଏବଂ ମହମ୍ମଦ ନାସର ଭଳି... Read More