ଭୁବନେଶ୍ୱର : ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ମାମଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦିଲ୍ଲୀପ ସାମନ୍ତରାୟ ବୋଲି ଜଣାପଡିଛି । ଏବେ ଯାଏଁ ଏହି ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି ।
ଖବର ଅନୁଯାୟୀ, ଶୁକ୍ରବାର ଦିଲ୍ଲୀପଙ୍କ ଚେତା ଫେରିଥିଲା । ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେଇଥିଲେ । ଯାହାକୁ ନେଇ ହସ୍ପିଟାଲରେ ଘଟିଥିଲା ତୁମୁଳକାଣ୍ଡ । ଶେଷରେ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଦିଲ୍ଲୀପଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ମା ଅଭିଯୋଗ କରିଥିଲେ ।