ସମ୍ବଲପୁର : ସମ୍ବଲପୁର ଜିଲାରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି। ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ। ତେବେ ଆଜି ଜିଲାରେ ବ୍ରଡ୍ବ୍ୟାଣ୍ଡ୍, ଲିଜ୍ ଲାଇନ କାମ କରିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ କାମ କରିବ।
ଏଣେ ସମ୍ବଲପୁର ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ଗତକାଲି ପ୍ରଥମ ଥର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୧ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଆହୁରି ଅଧିକ ସମୟ କର୍ଫ୍ୟୁ କୋହଳ କରାଯିବ ବୋଲି ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି।