ସମ୍ବଲପୁର : ଆସନ୍ତା ୨୭ ତାରିଖରେ ଉଦଘାଟିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ । ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପର୍ବ । ସେପଟେ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି ।
ଖବର ଅନୁଯାୟୀ, ସକାଳ ୬:୦୦ ଘଟିକା ସମୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ପୂଜକଙ୍କ ଦ୍ଵାରା ମା ସମଲେଶ୍ଵରୀଙ୍କ ପାଖରେ ପୂଜାର୍ଚ୍ଚନା କରି ସମଲେଇ ପ୍ରକଳ୍ପର ଶୁଭ ଉଦଘାଟନ ନିମନ୍ତେ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି | ପ୍ରଥମେ ମା ପାଟନେଶ୍ୱରି , ମା ଦଶମତି, ମା ବାଟ ମଙ୍ଗଳା ଓ ବାବା ସୋମନାଥ ଦେବଙ୍କ ଶ୍ରୀ ଚରଣରେ ନିମନ୍ତ୍ରଣ କରାଯିବ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଏହି ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ସମ୍ବଲପୁର ସ୍ଥିତ ମା ସମଲେଇ ମନ୍ଦିର ଓ ଚତୁଃପାର୍ଶରେ ଉନ୍ନତିକରଣ କାମ ଆରମ୍ଭ କରିଥିଲେ । ଯାହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଏବେ ଆସନ୍ତା ୨୭ ତାରିଖରେ ସମ୍ବଲପୁର ସମଲେଇ ପ୍ରକଳ୍ପର ଉଦ୍ଘାଟନ ହେବ ।