ଗଞ୍ଜାମ: କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇଥିଲେ ଯୁବତୀ, ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ। ସୋମବାର ସକାଳେ ଜଣେ ଯୁବତୀ ହଠାତ୍ ନିଜ ଦେହରେ କିରାସିନ୍ ଢାଳି ନିଆଁ ଲଗାଇଦେଇଥିଲେ। ଏହାଦେଖି କିଛି ସ୍ଥାନୀୟ ଲୋକ ଯୁବତୀ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବତୀ ଜଣକ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ବୋଲି ଜଣାପଡିଛି। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ଉଦ୍ୟମ କରିଥିଲେ , ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ସେପଟେ ପୁଲିସ୍ ଏହି ଘଟଣାରେ ଯୁବତୀଙ୍କ ବାପାଙ୍କୁ ଅଟକ ରଖି ଅଧିକ ଛାନଭିନ୍ ଜାରି ରଖିଛି।
October 8, 2024
0 Comment
7 Views
କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ
by Editor
ଗଞ୍ଜାମ: କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇଥିଲେ ଯୁବତୀ, ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ। ସୋମବାର ସକାଳେ ଜଣେ ଯୁବତୀ ହଠାତ୍ ନିଜ ଦେହରେ କିରାସିନ୍ ଢାଳି ନିଆଁ ଲଗାଇଦେଇଥିଲେ। ଏହାଦେଖି କିଛି ସ୍ଥାନୀୟ ଲୋକ ଯୁବତୀ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଥିବା... Read More