ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁଙ୍କ ସହ ଫ୍ରାନ୍ସ ଏବଂ ମୋନାକୋରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜାଭେଦ ଅଶରଫ ଆଜି ଫ୍ରାନ୍ସର କାନ୍ସ ୨୦୨୪ରେ ଭାରତ ପ୍ୟାଭିଲିୟନକୁ ଉଦଘାଟନ କରିଛନ୍ତି। କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରୁଛି। କାନ୍ସରେ ଥିବା ଭାରତ ପ୍ୟାଭିଲିୟନ ଭାରତୀୟ ଚଳଚ୍ଚିତ୍ର ସମୁଦାୟ ପାଇଁ ବିଭିନ୍ନ କାର୍ଯ୍ୟକଳାପରେ ନିୟୋଜିତ ହେବାପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏଥିରେ ଚଳଚ୍ଚିତ୍ର ନିର୍ମାଣ ସହଯୋଗକୁ ପ୍ରୋତ୍ସାହିତ କରିବା, ବିତରଣ ଚୁକ୍ତି ସ୍ୱାକ୍ଷର ଏବଂ ବିଶ୍ୱର ପ୍ରମୁଖ ମନୋରଞ୍ଜନ ଏବଂ ଗଣମାଧ୍ୟମ ପ୍ରତିଯୋଗୀଙ୍କ ସହ ନେଟୱାର୍କିଂ ଅନ୍ତର୍ଭୁକ୍ତ। ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ପକ୍ଷରୁ ଚଳିତ ବର୍ଷର ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ବିଷୟବସ୍ତୁକୁ ଦର୍ଶାଇବା ପାଇଁ ‘ସୂତ୍ରଧାରା’ ନାମରେ ଏହି ‘ଭାରତ ପ୍ୟାଭିଲିୟନ୍’ର ଡିଜାଇନ୍ କରାଯାଇଛି।
May 16, 2024
0 Comment
71 Views
କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପ୍ୟାଭିଲିୟନ ଉଦଘାଟିତ
by Editor
ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁଙ୍କ ସହ ଫ୍ରାନ୍ସ ଏବଂ ମୋନାକୋରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜାଭେଦ ଅଶରଫ ଆଜି ଫ୍ରାନ୍ସର କାନ୍ସ ୨୦୨୪ରେ ଭାରତ ପ୍ୟାଭିଲିୟନକୁ ଉଦଘାଟନ କରିଛନ୍ତି। କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରୁଛି। କାନ୍ସରେ ଥିବା ଭାରତ ପ୍ୟାଭିଲିୟନ ଭାରତୀୟ ଚଳଚ୍ଚିତ୍ର ସମୁଦାୟ ପାଇଁ ବିଭିନ୍ନ କାର୍ଯ୍ୟକଳାପରେ ନିୟୋଜିତ ହେବାପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।... Read More