ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ପରେ ଏବେ ଇସ୍ରୋର ନଜର ଆଦିତ୍ୟ ଏଲ-୧ ମିଶନ ଉପରେ। ସୂର୍ଯ୍ୟର ଅଧ୍ୟୟନ ପାଇଁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ ଏଲ-1 ମିଶନ ଆରମ୍ଭ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋଫିଜିକ୍ସ ଆଦିତ୍ୟ ଏଲ-1ରେ ପ୍ରାଥମିକ ପେ ଲୋଡ ଭିଜିବଲ ଲାଇନ ଏମିସନ କରୋନାଗ୍ରାଫ ସଂଯୁକ୍ତ କରି ଇସ୍ରୋକୁ ହସ୍ତାନ୍ତର କରିସାରିଛି।
ଆଦିତ୍ୟ ଏଲ-1 ସୂର୍ଯ୍ୟ- ପୃଥିବୀ ମଧ୍ୟରେ ଥିବା ଲାଗ୍ରାଗିଅନ ବିନ୍ଦୁ (ଏଲ-୧)ର ଚାରିପଟେ ଥିବା ଆଭାମଣ୍ଡଳ କକ୍ଷରୁ ଅଧ୍ୟୟନ କରିବ। ସେହିପରି ଗଗନାୟାନ ମିଶନର କାମ ଜାରି ରହିଛି। ୨୦୨୫ ସୁଦ୍ଧା ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡିଛି। ଆସaନ୍ତାବର୍ଷ ଶେଷ ସୁଦ୍ଧା ଏହାର ପରୀକ୍ଷଣ ହୋଇପାରେ । ୩ ମହାକାଶଚାରୀଙ୍କୁ ନେଇ ୩ ଦିନିଆ ମିଶନ ହେଉଛି ଗଗନାୟନ ।