କେନ୍ଦୁଝର, କେନ୍ଦୁଝର ମନୋଜମଞ୍ଜରୀ ଶିଶୁଭବନ ଉଛବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତପନ କୁମାର ପଣ୍ଡା ଙ୍କ ସୁପୁତ୍ରୀ ଅଭିଲିପ୍ଶା ପଣ୍ଡା ଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଭୀମସାର ବୁର୍ଲା ରେ ଏକ ସ୍ବତନ୍ତ୍ର ସମାବେଶ ରେ ଗୋଲ୍ଡ ମେଡାଲ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ମେକାନିକଲ ଇଂଜିନିଆରିଂ ରେ ବେଷ୍ଟ ଏମଟେକ ଛାତ୍ରୀ ଭାବରେ ସୁଶ୍ରୀ ପଣ୍ଡା ଏହି ସମ୍ମାନ ହାସଲ କରିଛନ୍ତି । ଚବିଶ ବର୍ଷ ବୟସ୍କା ଅଭିଲିପ୍ଶା ମନୋଜମଞ୍ଜରୀ ଶିଶୁଭବନ ଉଚ ବିଦ୍ୟାଳୟରୁ ୮୬ ଶତାଂଶ ନମ୍ବର ରଖି ମାଟ୍ରିକ ପାସ କରିବା ପରେ ଟେଟ୍ରାହେଡରନ ଜୁନିଅର ସାଇନ୍ସ କଲେଜ କଟକ ରୁ ୭୨ ଶତାଂଶ ନମ୍ବର ରଖି ଦ୍ଵାଦଶ ପାସ କରିବାପରେ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ରୁ ମେକାନିକଲ ବ୍ରାଞ୍ଚ ରୁ ୮୩ ଶତାଂଶ ନମ୍ବର ରଖି ପାସ କରିଥିଲେ । ଏହା ପରେ ଭିଏସଏସ ସାଇ ୟୁନିଭରସିଟି ଅଫ ଟେକ୍ନୋଲୋଜି ବୁର୍ଲା, ସମ୍ବଲପୁର ରୁ ମେକାନିକଲ ବ୍ରାଞ୍ଚ ରେ ପ୍ରଡକସନ ରେ ସ୍ପେଶାଲାଇଜେସନ କରି ୯୨ ଶତାଂଶ ନବର ରଖି ପାସ କରି ସ୍ଵର୍ଣ ପଦକ ବିଜୟିନୀ ହୋଇଥିଲେ । ସୁଶ୍ରୀ ପଣ୍ଡା ବର୍ତମାନ ଟାଟା ଅଟୋକମ୍ପ ଲିମିଟେଡ ପୁନେରେ କର୍ମରତ । ମା ମାଳତି ଲତା ପଣ୍ଡା ଜଣେ ସୋମଗିରି ଶିଶୁଭବନ ସ୍କୁଲ ରେ ଶିକ୍ଷ୍ୟୟତ୍ରୀ ହୋଇଥିବା ବେଳେ ଘର ତରଣିଆପାଳ ଆନନ୍ଦପୁର ରେ । ଅଜା ପ୍ରଭାକରପଣ୍ଡା , ଆଇ ବାସନ୍ତୀ ପଣ୍ଡା ଭଦ୍ରକ ରେ ଅବସ୍ଥାନ କରୁଛନ୍ତି । ଅବସରପ୍ରାପ୍ତ ବ୍ଯାଙ୍କ ଅଧିକାରୀ ହେମନ୍ତକୁମାର ପଣ୍ଡାବଡବାପା ବଡମା ସୁସମାପଣ୍ଡା ,ବସନ୍ତ ପଣ୍ଡା,ସଂଯୁକ୍ତା ପଣ୍ଡା ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି ।
November 22, 2023
0 Comment
263 Views
କେନ୍ଦୁଝର ର ଝିଅ ଅଭିଲିପ୍ସା ଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
କେନ୍ଦୁଝର, କେନ୍ଦୁଝର ମନୋଜମଞ୍ଜରୀ ଶିଶୁଭବନ ଉଛବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତପନ କୁମାର ପଣ୍ଡା ଙ୍କ ସୁପୁତ୍ରୀ ଅଭିଲିପ୍ଶା ପଣ୍ଡା ଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଭୀମସାର ବୁର୍ଲା ରେ ଏକ ସ୍ବତନ୍ତ୍ର ସମାବେଶ ରେ ଗୋଲ୍ଡ ମେଡାଲ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ମେକାନିକଲ ଇଂଜିନିଆରିଂ ରେ ବେଷ୍ଟ ଏମଟେକ ଛାତ୍ରୀ ଭାବରେ ସୁଶ୍ରୀ ପଣ୍ଡା ଏହି ସମ୍ମାନ ହାସଲ କରିଛନ୍ତି । ଚବିଶ ବର୍ଷ ବୟସ୍କା ଅଭିଲିପ୍ଶା... Read More