କେନ୍ଦୁଝର, ସ୍ଥାନୀୟ ଡି.ଏନ୍.ହାଇସ୍କୁଲ ଅଡିଟୋରିୟମ ହଲ୍ ରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡ଼ିଶା ସରକାର ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇ ଉପସ୍ଥିତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ତଥା ଛାତ୍ରଛାତ୍ରୀଙ୍କ ଦିଗଦର୍ଶକ,ବନ୍ଧୁ,ଦାର୍ଶନିକ ଭାବେ ଗୁରୁଦାୟିତ୍ଵ ବହନ କରିବାକୁ ଉପଦେଶ ଦେଇଥିଲେ।ଅନ୍ୟତମ ସମ୍ମାନିତ ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ପାଟଣା ଜଗନ୍ନାଥ ନାଏକ ଜିଲ୍ଳାର ଚଳିତ ମାଟ୍ରିକ ପରୀକ୍ଷାର ରେଜଲ୍ଟ ସନ୍ତୋଷଜନକ ହେବାରେ ୫ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ତଥା ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀଙ୍କ ଅବଦାନ ରହିଛି ବୋଲି ମନ୍ତବ୍ୟ ଦେଇଥିଲେ।ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚଳିତ ଶିକ୍ଷା ବର୍ଷରେ ଆହୁରି ଦାୟିତ୍ଵସମ୍ପନ୍ନ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆହ୍ବାନ କରିଥିଲେ।ପ୍ରାରମ୍ଭରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟନାରାୟଣ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏନ୍.ଏସ୍.ପୋଲିସ ହାଇସ୍କୁଲ ର ଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା।ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବି.ଇ.ଓ,ଏ.ବି.ଇ.ଓ ,୩୫୦ରୁ ଅଧିକ ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ଏହି ଅବସରରେ ଦୁଇ ଜଣ ଶ୍ରବଣ ବାଧିତ ଛାତ୍ରୀଙ୍କୁ ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡି ଶ୍ରବଣ ସହାୟକ ଯନ୍ତ୍ର ପ୍ରଦାନ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକରୀ ଜଗବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
June 16, 2023
0 Comment
197 Views
ଜିଲ୍ଲା ସ୍ତରୀୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ମିଳନୀ
କେନ୍ଦୁଝର, ସ୍ଥାନୀୟ ଡି.ଏନ୍.ହାଇସ୍କୁଲ ଅଡିଟୋରିୟମ ହଲ୍ ରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡ଼ିଶା ସରକାର ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇ ଉପସ୍ଥିତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ତଥା ଛାତ୍ରଛାତ୍ରୀଙ୍କ ଦିଗଦର୍ଶକ,ବନ୍ଧୁ,ଦାର୍ଶନିକ ଭାବେ ଗୁରୁଦାୟିତ୍ଵ ବହନ କରିବାକୁ ଉପଦେଶ ଦେଇଥିଲେ।ଅନ୍ୟତମ ସମ୍ମାନିତ... Read More