କୋରାପୁଟ : କୋରାପୁଟ ଜିଲା କୋଟପାଡ଼ ଥାନା ମାଲଚାମାଲ ଜଙ୍ଗଲରେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଗଞ୍ଜେଇ ମାଫିଆମାନେ ଆକ୍ରମଣ କରିଛନ୍ତି । ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରୀ ବିଭାଗ ମିଳିତ ଭାବରେ ଜୟପୁର ଅବକାରୀ ଆଇଆଇସିଙ୍କ ତତ୍ୱାବଧାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗଞ୍ଜେଇ ମାଫିଆମାନେ ଅବକାରୀ ଓ ପୋଲିସ ଉପରେ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳ ମେଘନାଥ ଶବର ଗୁରୁତର ଆହତ ହୋଇଛନ୍ତି। କୋଟପାଡ଼ ପୋଲିସ ଘଟଣାର ତଦନ୍ତ କରୁଛି ।

July 22, 2023
0 Comment
190 Views
ଗଞ୍ଜେଇ ଚଢ଼ାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଫିଆଙ୍କ ଆକ୍ରମଣ
by Editor
କୋରାପୁଟ : କୋରାପୁଟ ଜିଲା କୋଟପାଡ଼ ଥାନା ମାଲଚାମାଲ ଜଙ୍ଗଲରେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଗଞ୍ଜେଇ ମାଫିଆମାନେ ଆକ୍ରମଣ କରିଛନ୍ତି । ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରୀ ବିଭାଗ ମିଳିତ ଭାବରେ ଜୟପୁର ଅବକାରୀ ଆଇଆଇସିଙ୍କ ତତ୍ୱାବଧାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗଞ୍ଜେଇ ମାଫିଆମାନେ ଅବକାରୀ ଓ ପୋଲିସ ଉପରେ... Read More