ଭୁବନେଶ୍ୱର : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ବିବାଦ ନେଇ କଟକ ସଵ ରେଜିଷ୍ଟ୍ରାରଙ୍କ କୋର୍ଟରେ ହାଜର ହେଲେ ବାନ୍ଧବୀ ସୋମାଲିକା। ଅଭିଯୋଗକାରିଣୀ ସୋମାଲିକା ନୋଟିସ ପାଇ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ପହଞ୍ଚିଛନ୍ତି ।
କିନ୍ତୁ ବିବାହ ପାଇଁ ଆବେଦନ କରିଥିବା ବିଜୟ ଶଙ୍କର ଦାସ କିମ୍ବା ବିବାହ ପାଇଁ ଆବେଦନ କରିଥିବା ଯୁବତୀ ଏ ଯାଏଁ ପହଁଚି ନାହାଁନ୍ତି। ସୋମାଲିକା ଏହି ବିବାହକୁ କାହିଁକି ପ୍ରତିବାଦ କରୁଛନ୍ତି ଓ ତାଙ୍କ ନିକଟରେ କଣ ପ୍ରମାଣ ରହିଛି ସେ ନେଇ ଏକାଧିକ ପ୍ରଶ୍ନ କରିଛନ୍ତି ବିବାହ ପଞ୍ଜିକରଣ ଅଧିକାରୀ।
ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ସେପ୍ଟେମ୍ବର ୨୧ରେ କଟକ ସବରେଜିଷ୍ଟ୍ରାରଙ୍କ ନିକଟରେ ବିଜୟ ଶଙ୍କର ଆବେଦନ କରିଛନ୍ତି। ନ୍ୟାୟ ନ ମିଳିବା ଯାଏ ବିଜୟଙ୍କ ବାହାଘର ବନ୍ଦ ରହୁ ବୋଲି ସୋମାଲିକା କହିଛନ୍ତି। ବିଧାୟକ ହୋଇ ବିଜୟ ଶଙ୍କର ଭୁଲ ତଥ୍ଯ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।