ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର । ରଢାରୁଢ ଦିଅଁଙ୍କୁ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ମୋ ବସ୍ ସେବା ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଠୁ ଆଉ କିଛି ପୁରୀର ରୁଟରେ ଗଡିବ ମୋବସ । ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଚଳାଚଳ ନେଇ ଘୋଷଣା କରାଯାଇଛି । ୫୦ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ତାଳବଣିଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବ। ସେହିପରି ୫୧ନଂ ରୁଟ ବସ ମାଷ୍ଟରକ୍ୟାଣ୍ଟିନରୁ ବାହାରିବ। ୫୪ନଂ ରୁଟ ବସ କଟକ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ବାହାରିବ। ୨ନଂ ରୁଟ ବସ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ବାହାରିବ। ସବୁ ବସ ତାଳବଣିଆ ବସଷ୍ଟାଣ୍ଡକୁ ଯାଇ ପୁଣି ସେଠାରୁ ଫେରିବ। ସେହିପରି ଗୁଣ୍ଡିଚାରେ ମଧ୍ୟ ସ୍ୱତନ୍ତ୍ର ବସ ଗଡିବ। ରଥଯାତ୍ରାରେ ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ୨୦ ରୁ ୩୦ ପର୍ଯ୍ୟନ୍ତ ରୁଟ ନଂ ୭,୮,୫୨ ତଥା ପୁରୀ ସହର ମଧ୍ୟରେ ମୋ ବସ୍ ସେବା ବନ୍ଦ ରହିବ।
ଜୁନ୍ ୨୨ରୁ ରୁଟ୍ ନମ୍ବର ୨- ଖୋର୍ଧା ନୂଆ ବସଷ୍ଟାଣ୍ତରୁ ପୁରୀ ଅଭିମୁଖେ ମୋବସ୍ ଯାତ୍ରା କରିବ । ସେହିପରି ରୁଟ୍ ନମ୍ବର ୩ରୁ କାକଟପୁର ନୂଆ ବସଷ୍ଟାଣ୍ତରୁ ପୁରୀ ବସଷ୍ଟାଣ୍ତକୁ ଚାଲିବ ମୋବସ । ରୁଟ୍ ନମ୍ବର ୪ରୁ ଜଗତପୁର କଟକ ରୁ ପୁରୀରୁ ମଧ୍ୟ କାଲିଠୁ ମୋ ବସ୍ ସେବା ଆରମ୍ଭ ହେବ। ରୁଟ୍ ନମ୍ବର ୫୦ରୁ ଭୁବନେଶ୍ବର ରେଳ ଷ୍ଟେସନରୁ ପୁରୀ ବସଷ୍ଟାଣ୍ତକୁ ଗଡିବ ମୋବସ୍ । ରୁଟ୍ ନମ୍ବର ୫୧ ବରମୁଣ୍ତା ଆଇଏସବିଟି ରୁ ପୁରୀକୁ ଗଡିବ ମୋ ବସ । ରୁଟ୍ ନମ୍ବର ୫୩ରୁ ମାଳତୀପାଟପୁରରୁ ପୁରୀ ଅଭିମୁଖେ ଯାତ୍ରା କରିବ ମୋ ବସ୍ । ରୁଟ୍ ନମ୍ବର ୫୪ ବିଜୁ ପଟ୍ଟନାୟକ ପାର୍କ, କଟକରୁ ପୁରୀକୁ ଗଡିବ ମୋବସ୍ ।