ବାଲେଶ୍ୱର : ‘ମିଳିତ ନିଶା ନିବାରଣ ଅଭିଯାନ (ମନା), ବାଲେଶ୍ୱର’ର ସପ୍ତମ ବାର୍ଷିକ ସମ୍ମିଳନୀ ‘ଆତିଥ୍ୟ ସଭାଗୃହ’ରେ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଦର ଅପକାରିତା ସମ୍ବନ୍ଧରେ ନିଜର ଅନୁଭୂତି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଉତ୍ସବକୁ ଉଦ୍ଘାଟନ କରି ବାଲେଶ୍ୱର ଜିଲ୍ଲା ନିଶାର ହବ୍ ପାଲଟି ଯାଇଥିବାରୁ ଉଦ୍ବେଗ ପ୍ରକାଶ କରି ବ୍ୟାପକ ଧରପଗଡ଼ କରାଯାଉଥିଲେ ହେଁ, ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା ସହ ‘ମନା’ର ଉଦ୍ୟମକୁ ପ୍ରଶଂସା କରିଥିଲେ । ମୁଖ୍ୟଅତିଥି ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ନିଜର ଅନୁଭୂତି ବର୍ଣ୍ଣନା କରି ନିଶା ବିରୋଧରେ ସଚେତନ କରାଇ ୫ଖଣ୍ଡ ଗାଁକୁ ନିଶାମୁକ୍ତ କରଥିବା ଓ ନିଶା ବିରୋଧରେ ଲୋକମାନସ ପ୍ରସ୍ତୁତି ପାଇଁ ବ୍ୟାପକ ଜନଆନ୍ଦୋଳନ ଓ ସଚେତନତା ସହ ସତ୍ସଙ୍ଗ, କାଉନସେଲିଂ ଓ ମାତୃଶକ୍ତିର ଜାଗରୁକ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ବିଧାୟକ ସ୍ୱରୂପ କୁମାର ଦାସ ନିଶା ବିରୋଧରେ ଲୋକଙ୍କ ସ୍ୱର ଶାଣିତ କରିବାକୁ ଓ ନିଶାର ମୂଳକାରଣ ଖୋଜି ତାହାର ନିରାକରଣ ଉପରେ ଗୁରୁତ୍ୱ ପ୍ରଦାନ ସହ ନିଶା ବିରୋଧରେ ତାଙ୍କ ସହଯୋଗ ସର୍ବଦା ରହିଛି ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଦ ମାଫିଆଙ୍କ ବିରୋଧରେ ତାଙ୍କର ସଂଗ୍ରାମର ଅନୁଭୂତି ବର୍ଣ୍ଣନା କରି ପରିବାର ଓ ସମାଜକୁ ରକ୍ଷା କରିବାକୁ ସମସ୍ତେ ଆଗେଇ ଆସିବାକୁ ଅନୁରୋଧ କରିବା ସହ ଏଥିରେ ନିଜର ସକ୍ରିୟ ସହଯୋଗ ଓ ସମର୍ଥନ ଜଣାଇଥିଲେ । ପୌରାଧ୍ୟକ୍ଷା ସବିତା ସାହୁ ନିଶା କବଳରେ ପଡ଼ି ସମାଜର କ୍ଷତି ଘଟୁଥିବାରୁ ପରିବାରରୁ ସଂସ୍କାରର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଡ. କେଶବ ଚରଣ ପଣ୍ଡା ବେଦପାଠ କରିଥିଲେ । ଉପଦେଷ୍ଟା ସୁବ୍ରତ କର ଗ୍ରାମାଂଚଳରେ ସରକାରଙ୍କ ମଦ ଲାଇସେନସ୍ ପ୍ରଦାନ ନିଷେଧ ନିଷ୍ପତିକୁୁ ସ୍ୱାଗତ କରିବା ସହ ୧୯୫୬ ମସିହା ନିଶା ବିରୋଧି ଆଇନ୍ର କାର୍ଯ୍ୟକାରୀ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିିଥିଲେ । ସାଧାରଣ ସଂପାଦିକା ମମତା ମହାପାତ୍ର ‘ମନା’ର ବାର୍ଷିକ ବିବରଣୀ କାର୍ଯ୍ୟକ୍ରମ ପାଠ କରିବା ସହ ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତପକ୍ଷେ ଜଣକୁ ନିଶାମୁକ୍ତ କରିବା ପାଇଁ ଶପଥ ନେବାକୁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ‘ମନା’ର ମୁଖପତ୍ର-୨୦୨୩ ଉନ୍ମୋଚିତ ହୋଇଥିଲା । ନିଶା ବିରୋଧରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ବ୍ରହ୍ମମୟ ସ୍ୱୟଂ ସହାୟିକା ଗୋଷ୍ଠୀ, ଜଳେଶ୍ୱର’କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟବ୍ୟୟ ଉପସ୍ଥାପନ କରିଥିଲେ । ଉପ-ସଭାପତି ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଆଗାମୀ ବର୍ଷର କାର୍ଯ୍ୟଖସଡ଼ା ପାଠ କରିଥିଲେ । ସଭା ଆରମ୍ଭରେ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ମଂଚ ଆହ୍ୱନ କରିଥିବା ବେଳେ କଲ୍ୟାଣୀ ନନ୍ଦ ଓ ସାଥୀ ନିଶା ବିରୋଧରେ ଜାଗରଣ ସଂଗୀତ ଗାନ କରିଥିଲେ । ଉପଦେଷ୍ଟା ଡାକ୍ତର ଶ୍ରୀଶ କୁମାର ଦାଶ ନିଶା ନିବାରଣ ପାଇଁ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇମାମୀର ବରିଷ୍ଠ ଅଧିକାରୀ ମନୋଜ କୁମାର ପାଢ଼ୀ, ବ୍ଲକ ସ୍ତରର ପ୍ରତିନିଧି ଚିତରଞ୍ଜନ ଦାସ (ଭୋଗରାଇ), ଦିଲ୍ଲୀପ ଗିରି (ଜଳେଶ୍ୱର), ଭାରତୀ ପଣ୍ଡା (ରେମୁଣା), କୁମୁନ୍ଦ ରଞ୍ଜନ ଗିରି(ବସ୍ତା), ସାବିତ୍ରୀ ଜେନା (ଜଳେଶ୍ୱର), କମଳାକାନ୍ତ ନାୟକ(ସଦର), ସୁକୁମାର ରଣା (ଜଳେଶ୍ୱର) ନିଶା ବିରୋଧରେ ମତବ୍ୟକ୍ତ କରିଥିଲେ । ସର୍ବଶ୍ରୀ ଗୀତାଞ୍ଜଳି ସିଂହ, କମଳାକାନ୍ତ ଦାଶ, ଅକ୍ଷୟ ତ୍ରିପାଠୀ, ସରସ୍ୱତୀ ପଣ୍ଡା, ମୀନତି କର, ସଂହିତା ଦାସ, ସ୍ନେହଲତା ପତି, କ୍ରୀଷ୍ଣା ସାହା, ଲକ୍ଷ୍ମୀପ୍ରିୟା ଜେନା, ରମେଶଚନ୍ଦ୍ର ଜେନା, ଯୋଗେଶ ପ୍ରଧାନ, ତ୍ରିଦିବ ନାୟକ, ସଂଯୁକ୍ତା ବେହେରା, ସୁବ୍ରତା ମହାନ୍ତି, ବାସନ୍ତୀ ଦେ, ତୃପ୍ତିରାଣୀ ପାତ୍ର, ଶାନ୍ତଲତା ପଣ୍ଡା, ସଂଗୀତା ବାରିକ, କ୍ରୀଷ୍ଣା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ବସନ୍ତ ପ୍ରଧାନ ପ୍ରମୁଖ ମଂଚ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ଟାଉନ ସଭାପତି ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
April 9, 2023
0 Comment
256 Views
ନିଶା ନିବାରଣ ପାଇଁ ବ୍ୟାପକ ଜନ ଆନ୍ଦୋଳନ ଓ ସଚେତନତା ଜରୁରୀ : ‘ମନା’ର ସପ୍ତମ ବାର୍ଷିକ ସମ୍ମିଳନୀ
by Editor
ବାଲେଶ୍ୱର : ‘ମିଳିତ ନିଶା ନିବାରଣ ଅଭିଯାନ (ମନା), ବାଲେଶ୍ୱର’ର ସପ୍ତମ ବାର୍ଷିକ ସମ୍ମିଳନୀ ‘ଆତିଥ୍ୟ ସଭାଗୃହ’ରେ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଦର ଅପକାରିତା ସମ୍ବନ୍ଧରେ ନିଜର ଅନୁଭୂତି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଉତ୍ସବକୁ ଉଦ୍ଘାଟନ କରି ବାଲେଶ୍ୱର ଜିଲ୍ଲା ନିଶାର ହବ୍ ପାଲଟି ଯାଇଥିବାରୁ ଉଦ୍ବେଗ ପ୍ରକାଶ କରି ବ୍ୟାପକ ଧରପଗଡ଼ କରାଯାଉଥିଲେ ହେଁ, ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା ସହ... Read More