ଭୁବନେଶ୍ୱର : ମଧ୍ୟପ୍ରଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି। କିନ୍ତୁ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଜି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ତିନିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଏହି ପରିପ୍ରେକ୍ଷୀରେ ବୁଧବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକରେ ଅତିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଢ଼େଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୋଳ, ଦେବଗଡ଼ ଓ ଯାଜପୁର ଜିଲାକୁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି।
ସୂଚନା ଯେ, ମଙ୍ଗଳବାର ଅପରାହ୍ଣ ସୁଦ୍ଧା ଅନୁଗୋଳରେ ସର୍ବାଧିକ ୧୪୦ ମି.ମି. ବର୍ଷା ହୋଇଛି। ନୂଆପଡ଼ାରେ ୭୦.୮ ମି.ମି., ମାଲକାନଗିରିରେ ୬୮.୬ ମି.ମି., ବୌଦ୍ଧରେ ୬୪.୨ ମି.ମି, ପୁରୀରେ ୫୯.୪ ମି.ମି., ବଲାଙ୍ଗୀରରେ ୪୬ ମି.ମି., ତାଳଚେରରେ ୪୨ ମି.ମି. ବର୍ଷା ହୋଇଛି।