ବୌଦ୍ଧ : ବୌଦ୍ଧ ସହର ପାଣୁଆ ସାହିରେ ଅଘଟଣ । ପାରିବାରିକ କଳହର କରୁଣ ପରିଣତି । ୬ ମାସର ଛୁଆକୁ ଛାଡି ଆତ୍ମହତ୍ୟା କଲା ମା’ ।
ସୂଚନା ଯେ, ପାଣୁଆ ସାହିରେ ଭଡାରେ ରହୁଥିଲେ ରାଜସ୍ଥାନ ଅଞ୍ଚଳର ଏକ ଦମ୍ପତ୍ତି । ତେବେ ଘଟଣା ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧରେ ପ୍ରବଳ ବଚସା ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ନେଇଥିଲେ ଯେ, ମହିଳା ଜଣଙ୍କ ୬ ମାସର ଶିଶୁ କନ୍ୟାକୁ ଛାଡି ଆତ୍ମହତ୍ୟା କରିଥିଲେ । ସେପଟେ ମହିଳାଙ୍କ ସ୍ୱାମୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି କରିଛି ।