ନବରଙ୍ଗପୁର, ଚୋରାଚାଲାଣ ବେଳେ ୯୨ ଟି କଇଁଛ ଉଦ୍ଧାର।କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳକୁ ଚୋରା ଚାଲାଣ ବେଳେ କେନ୍ଦୁଗୁଡା ଠାରେ ୨ କଇଁଛ ଚୋରା ଚାଲାଣକାରୀ ମୈଦଲପୁର ପୋଲିସ ହାତରେ ଧରାପଡିଲେ । ସେମାନଙ୍କ ଠାରୁ ୯୨ ଟି ଜୀବନ୍ତ କଇଁଛ ଉଦ୍ଧାର । ଏନେଇ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ । ଏସଡିପିଓଙ୍କ ସୂଚନା ଅନୁସାରେ ନବରଙ୍ଗପୁର ଏସପି ଙ୍କ ନିର୍ଦେଶ କ୍ରମେ ମୈଦଲପୁର ଥାନା ଏସଆଇ ନଟବର ନନ୍ଦଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ କଇଁଛର ଅବୈଧ ଚୋରାଚାଲାଣ ରୋକିବା ପାଇଁ ଗଠନ କରି ମୈଦଲପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଚଢ଼ାଉ କରିଥିଲେ । ଏହି ସମୟରେ ତିନୋଟି ବ୍ୟାଗରେ ଭର୍ତ୍ତି ଥିବା କଇଁଛ ସହ ଦୁଇ ଜଣ ଙ୍କୁ ଗିରଫ କରିଥିଲା ପୋଲିସ । ତେବେ ସେହି ବ୍ୟାଗରେ ୯୨ ଟି ଜୀବନ୍ତ କଇଁଛ ରହିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲା ବବକେରା ଗ୍ରାମର ଚୈତନ ରାଉତ ଓ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଭେଲୁଆଗୁଡା ଗ୍ରାମର ଚୈତନ୍ୟ ପାଇକ ଦୁଇ ଅଭିଯୁକ୍ତ ଗିରଫ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ସେମାନେ ଡାବୁଗାଁ କୁ ଉକ୍ତ କଇଁଛ କୁ ନେଉଥିବା ପ୍ରକାଶ କରିଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ଏସଡିପିଓ ସୂଚନା ଦେଇଛନ୍ତି ।
June 15, 2023
0 Comment
342 Views
ଚୋରା ଚାଲାଣ ବେଳେ ୯୨ ଟି କଇଁଛ ଜବତ
ନବରଙ୍ଗପୁର, ଚୋରାଚାଲାଣ ବେଳେ ୯୨ ଟି କଇଁଛ ଉଦ୍ଧାର।କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳକୁ ଚୋରା ଚାଲାଣ ବେଳେ କେନ୍ଦୁଗୁଡା ଠାରେ ୨ କଇଁଛ ଚୋରା ଚାଲାଣକାରୀ ମୈଦଲପୁର ପୋଲିସ ହାତରେ ଧରାପଡିଲେ । ସେମାନଙ୍କ ଠାରୁ ୯୨ ଟି ଜୀବନ୍ତ କଇଁଛ ଉଦ୍ଧାର । ଏନେଇ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ । ଏସଡିପିଓଙ୍କ ସୂଚନା ଅନୁସାରେ ନବରଙ୍ଗପୁର ଏସପି ଙ୍କ ନିର୍ଦେଶ କ୍ରମେ ମୈଦଲପୁର ଥାନା... Read More