ଭବାନୀପାଟଣା – ବିରୋଧୀ ଦଳକୁ ପୁଣି ଶାଣିତ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ଦଳ କେବଳ ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଆଉ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଭୋଟରମାନଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲାର ଉନ୍ନତି ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଜିତାନ୍ତୁ ବୋଲି ନବୀନ ସଭାରେ କହିଛନ୍ତି। ଏହି ନିର୍ବାଚନ ପ୍ରଚାର ସଭାରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଏହି ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଅଧିରାଜ ପାଣିଗ୍ରାହୀ, ପ୍ରଦୀପ ଦିଶାରୀ, ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ଲଳିତା ନାୟକ, ମନୋରମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ମେ’ ୧୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ।
ଭବାନୀପାଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଳା ଖଡ଼ିଆଳ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି।