ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଟ-ୟୁଜି ଅନିୟମିତତା ଘଟଣାର ତଦନ୍ତ ଭାର ସିବିଆଇ ହାତରେ ଅର୍ପଣ କରାଯାଇଥିଲା। ଆଜିଠାରୁ ସିବିଆଇ ପକ୍ଷରୁ ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାସହିତ ଏନଟିଏ ଦ୍ବାରା ପରିଚାଳିତ ନିଟ-ୟୁଜି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ସିବିଆଇ ପକ୍ଷରୁ ନିଟ-ୟୁଜି ବିବାଦରେ ଫୌଜଦାରି ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ସହ ସିବିଆଇ ତଦନ୍ତ ଆରମ୍ଭ କରିଛି।
ନିଟ-ୟୁଜି ବିବାଦ ମାମଲାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ସ୍ବତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି। ସିବିଆଇର ଏହି ସ୍ବତନ୍ତ୍ର ଟିମ ପାଟନା ଓ ଗୋଧ୍ରା ଗସ୍ତ କରିଛି। ସ୍ଥାନୀୟ ପୁଲିସର ଏତଲା ଆଧାରରେ ସିବିଆଇ ଟିମ ସେଠାରେ ତଦନ୍ତ କରିବା ପାଇଁ ଯାଇଥିବା ସୂଚନା ମିଳିଛି।