ଭୁବନେଶ୍ୱର : ବହୁଚର୍ଚ୍ଚିତ ନବ ଦାସଙ୍କୁ ହତ୍ୟା ପଛରେ ଷଡ୍ଯନ୍ତ୍ର ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କଲା ଗୋପାଳ ଦାସ । ସେ ହିଁ ହତ୍ୟାକାରୀ । ଗୋପାଳ ବ୍ୟତୀତ ହତ୍ୟାରେ ଆଉ କାହାର ସଂପୃକ୍ତି ନାହିଁ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫୪୩ ପ୍ରାଥମିକ ଚାର୍ଜସିଟ୍ରେ ହତ୍ୟା ପଛର କାରଣ ଖୁଲାସାରୁ ଏହା ଜଣାପଡିଛି ।
କୋର୍ଟରେ ଦାଖଲ କରିଥିବା ୫୪୩ ପୃଷ୍ଟାର ପ୍ରାଥମିକ ଚାର୍ଜସିଟରେ ହତ୍ୟାର କାରଣ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ପଛରେ ଷଡଯନ୍ତ୍ର ନାହିଁ । ଗୋପାଳ ହିଁ ଅଭିଯୁକ୍ତ । ନବ ଦାସ ଓ ଓ ତାଙ୍କ ସହଯୋଗୀଙ୍କଠାରୁ ନିଜ ଜୀବନ ପ୍ରତି ବିପଦ ଥିବା ଭୟରେ ହିଁ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଛି । ଏହି ଘଟଣାରେ ଗୋପାଳ ଦାସ ବ୍ୟତୀତ ଅନ୍ୟ କାହାରି ସଂପୃକ୍ତି ନାହିଁ । ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ଲଣ୍ଡା ହୋଇଥିଲା ଗୋପାଳ । ହତ୍ୟା ପୂର୍ବରୁ ନିଜ ବଡଭାଇଙ୍କୁ ଏନେଇ ଅବଗତ କରାଇଥିଲା ଗୋପାଳ । ସୁନା ମୁଦି ବିକି ଭାଇକୁ ଟଙ୍କା ଦେଇ ସେ ବ୍ରହ୍ମପୁର ପଠାଇଥିଲା । ଯେଉଁ କିଛି ଘଟଣା ନବ ଦାସଙ୍କୁ ହତ୍ୟା କରିବା ଦିଗରେ ପ୍ରେରିତ କରିଥିଲା,ତାହା ଚାର୍ଜସିିଟରେ ଉଲ୍ଲେଖ ରହିଛି । ଗତକାଲି ଗୋପାଳକୁ ଝାରସୁଗୁଡା ଜେଏମଏଫସି-୧ କୋର୍ଟରେ ହାଜର ପରେ ଏହି ମାମଲାର ଶୁଣାଣି ଲାଗି ଜିଲା ଦୌରାଜଜଙ୍କ ଅଦାଳତକୁ ପଠାଯାଇଥିଲା ।