ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଶରୀପୁର ପଂଚାୟତ ଜାମପଦା ଗାଁରେ ଭାଲୁ ଆତଙ୍କ। ରାତିରେ ବିଲକୁ ଚାଷ କାମ ଦେଖିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧ ସମା ସିଂ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଜାମପଦା ଗାଁର ସମା ଗତ ମଙ୍ଗଳବାର ରାତିରେ ବିଲରେ ଫସଲ ଜଗି ଘରକୁ ଫେରୁଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇ ରାସ୍ତାରେ ପଡି ରହିଥିଲେ। ବୁଧବାର କିଛି ସ୍ଥାନୀୟ ଲୋକ ସମା ରାସ୍ତାରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ପହଞ୍ଚି ଗୁରୁତର ଅବସ୍ଥାରେ ସମାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।