ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ନୂଆ ରେକର୍ଡ କରିଛନ୍ତି ଯୁବ ଶଟଲର ଲକ୍ଷ୍ୟ ସେନ। ସେ ପୁରୁଷ ଏକକ ବ୍ୟାଡମିଣ୍ଟନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
ଭାରତର ପ୍ରଥମ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ସେ ସେମି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ କଶ୍ୟପ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲ ଯାଏ ଯାଇ ପାରିଥିଲେ। ହେଲେ ଲକ୍ଷ୍ୟ ସେନ କ୍ୱାର୍ଟର ଫାଇନାଲରେ ଚମତ୍କାର ବିଜୟ ହାସଲ କରି ନିଜକୁ ପଦକ ଦୌଡ଼ରେ ସାମିଲ କରିପାରିଛନ୍ତି।
ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଲକ୍ଷ୍ୟ ସେନଙ୍କୁ ଛାଡ଼ି ଦେଲେ ଭାରତର ବାକି ଶଟଲରମାନେ ବିଭିନ୍ନ ବର୍ଗରେ ଭାଗ ନେଇ ପରାସ୍ତ ହୋଇଛନ୍ତି। ଦୁଇଥର ମେଡାଲ ଜିତିଥିବା ପିଭି ସିନ୍ଧୁ ଗୁରୁବାର କ୍ୱାର୍ଟର ଫାଇନାଲରେ ହାରିଥିଲେ। ସେହିପରି ପୁରୁଷ ଡବଲ୍ସରେ ସାତ୍ତ୍ୱିକ ଓ ଚିରାଗଙ୍କୁ ମଧ୍ୟ କ୍ୱାର୍ଟର ଫାଇନାଲରେ ବିଦାୟ ନେବାକୁ ପଡ଼ିଥିଲା। ପୁରୁଷ ଏକକ କ୍ୱାର୍ଟର ଫାଇନାଲରେ ଏଚଏସ ପ୍ରଣୟଙ୍କୁ ଲକ୍ଷ୍ୟ ସେନ ହିଁ ହରାଇଥିଲା। ତେଣୁ ଏବେ ପଦକ ଜିତିବାର ଆଶା କେବଳ ଲକ୍ଷ୍ୟ ସେନଙ୍କ ଉପରେ ରହିଛି। ସେ ପଦକ ପକ୍କା କରିବା ଠାରୁ ଆଉ ଗୋଟିଏ ବିଜୟ ଦୂରରେ ରହିଛନ୍ତି ।