କେନ୍ଦୁଝର, ଶ୍ରାବଣ ର ଶେଷ ସୋମବାର ରେ ପାଟଣା ସ୍ଥିତ ବାବା ପରମେଶ୍ୱର ଶିବ ମନ୍ଦିରରେ ହଜାର ହଜାର କାଉଡ଼ିଆଙ୍କ ସମାଗମ ମଧ୍ୟରେ ବୋଲବମ ହରହର ବମ ରେ ପ୍ରକମ୍ପିତ ହେଲା ମନ୍ଦିର। କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ପୂର୍ଣ୍ଣତୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ବାବା ପରମେଶ୍ୱର ଶିବ ମନ୍ଦିରରେ ବଡି ଭୋରରୁ ହଜାର ହଜାର କାଉଡ଼ିଆଙ୍କ ସମାଗମ ହେବା ସହିତ ବୋଲବମ ହରହର ବମ ଧ୍ୱନୀ ରେ ପ୍ରକମ୍ପିତ ହେଉଛି ମନ୍ଦିର ପରିବେଶ। ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ପୂର୍ଣ୍ଣତୟା ବୈତରଣୀ ନଦୀ ରୁ ଶିବ ଭକ୍ତ ମାନେ ଆଜି ଶ୍ରାବଣ ମାସର ଶେଷ ସୋମବାର ନଦୀ ତୋଠରୁ ଜଳ ନେଇ ବାବାଙ୍କ ଠାରେ ଭକ୍ତି ପୂର୍ବକ ଜଳାଭିଷେକ କରିବା ସହିତ ପୂଜାର୍ଚନା କରିଥିଲେ। ଭକ୍ତ ମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ବାବା ପରମେଶ୍ୱର ବିଜେ ଟ୍ରଷ୍ଟ ବୋଡ଼ ର ମୁଖ୍ୟ ସମାଜସେବୀ ଶ୍ରୀମନ୍ତ ତ୍ରିପାଠୀ ଏବଂ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ପ୍ରଶାସନ ର ସହଯୋଗ ରେ ଭକ୍ତମାନେ ଶୃଙ୍ଖଳା ର ସହିତ ଶାନ୍ତିପୂର୍ଣ ଭାବରେ ମନ୍ଦିରରେ ଜଳାଭିଷେକ କରିବା ସହିତ ଦେବାଦୀଦେବ ମହାଦେବଙ୍କ ସାନିଦ୍ଧ ଲାଭ କରିଥିଲେ । ଓଡିଶା ସମେତ ପଶ୍ଚିମବଙ୍ଗ ସହିତ ପଡୋଶୀ ଝାଡାଖଣ୍ଡ ରୁ ମଧ୍ୟ ଅନେକ ଭକ୍ତ ବାବାଙ୍କ ସାନିଦ୍ଧ ପାଇଁ ଏଠାକୁ ଆସିଥାନ୍ତି।
August 19, 2024
0 Comment
49 Views
ଶ୍ରାବଣ ର ଶେଷ ସୋମବାର ରେ ପାଟଣା ସ୍ଥିତ ବାବା ପରମେଶ୍ୱର ଶିବ ମନ୍ଦିରରେ ହଜାର ହଜାର କାଉଡ଼ିଆଙ୍କ ସମାଗମ
କେନ୍ଦୁଝର, ଶ୍ରାବଣ ର ଶେଷ ସୋମବାର ରେ ପାଟଣା ସ୍ଥିତ ବାବା ପରମେଶ୍ୱର ଶିବ ମନ୍ଦିରରେ ହଜାର ହଜାର କାଉଡ଼ିଆଙ୍କ ସମାଗମ ମଧ୍ୟରେ ବୋଲବମ ହରହର ବମ ରେ ପ୍ରକମ୍ପିତ ହେଲା ମନ୍ଦିର। କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ପୂର୍ଣ୍ଣତୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ବାବା ପରମେଶ୍ୱର ଶିବ ମନ୍ଦିରରେ ବଡି ଭୋରରୁ ହଜାର ହଜାର କାଉଡ଼ିଆଙ୍କ ସମାଗମ ହେବା ସହିତ ବୋଲବମ ହରହର ବମ ଧ୍ୱନୀ ରେ ପ୍ରକମ୍ପିତ ହେଉଛି ମନ୍ଦିର ପରିବେଶ। ମନ୍ଦିର... Read More