କେନ୍ଦୁଝର, (ନିପ୍ର) ଜିଲ୍ଲା ଆଇନସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ଏବଂ ବନ ବିଭାଗ ମିଳିତ ସହଯୋଗରେ ବନ ମହତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଧରଣୀଧର ମେଡିକଲ କଲେଜ ପରିସର ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା ଦୈରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାପାତ୍ର ଉଦଘାଟନ କରିବା ସହିତ ବୃକ୍ଷ ରୋପଣ କରିଥିଲେ।ଏଥିରେ ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲା ଜଜ୍ ତଥା ଭିଜିନାଲନ୍ସ ଜଜ୍ ଶ୍ରୀମତୀ ରଶ୍ମିତା ଦଳେଇ,ଅତିରିକ୍ତ ଜିଲ୍ଲା ଜଜ୍ ମମିତା ଦାସ,ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ରଞ୍ଜୁଲତା ଲେଙ୍କା,ବରିଷ୍ଠ ସିଭିଲ ଜଜ୍ ତଥା ମହିଳା ବୋର୍ଡ ବିଚାରପତି ଶ୍ରୀମତୀ ପତଞ୍ଜଳୀ ସାହୁ,ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀଅମରେଶ ମହାପାତ୍ର,ରେଜିଷ୍ଟର ସିଭିଲ କୋର୍ଟ ବିଚାରପତି ଶ୍ରୀମତୀ ସସ୍ମିତା ମିଶ୍ର,ଉପଖଣ୍ତିୟ ବିଚାରପତି ସୁମିତ୍ରା କୁମାରୀ ଦାସ,ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସ୍ମୃତିପ୍ରଜ୍ଞା ବିଶ୍ବାଳ ପ୍ରମୁଖ ଯାଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ବନଖଣ୍ତଅଧିକାରୀ ଏଚ.ଡି.ଧନରାଜ,କେନ୍ଦୁଝର ଆରୋକ୍ଷୀ ଅଧିକ୍ଷକ କୁଶଲକର ନିତିନ ଦାଗୁଡୁ,ଧରଣୀଧର ମେଡିକାଲ କଲେଜ ଅଧ୍ୟକ୍ଷ, ସୁପରିଟେଣ୍ତ ପ୍ରମୁଖ ଉପସ୍ଥିତି ରହି ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ମାମି ବେହେରା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ରେଞ୍ଜର ଶ୍ରୀ ବିଜୟ କୁମାର ମହାନ୍ତ, ପ୍ରାଧିକରଣ କର୍ମଚାରୀ ଶ୍ରୀ ସତ୍ୟରଞ୍ଜନ ଦାସ,ଶ୍ରୀ ଦେବବ୍ରତ କୁମାର ଦାସ,ଶ୍ରୀମାନସ ରଞ୍ଜନ ନାଏକ,ଶ୍ରୀ ନବ କିଶୋର ଦାସ,ଶ୍ରୀ ଶିଶିର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ। ଏଥିସହିତ କେନ୍ଦୁଝର ବିଭିନ୍ନ ତାଲୁକ ଆଇନସେବା କମିଟି ପାରା ଲିଗାଲ ସ୍ବେଛାସେବୀ ମାନଙ୍କ ଦ୍ବାରା ବନ ମହୋତ୍ସବ ଓ ବୃକ୍ଷ ରୋପଣ ହୋଇଥିଲା।
July 7, 2023
0 Comment
182 Views
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହାେତ୍ସବ ଉପଲକ୍ଷେ ବୃକ୍ଷରୋପଣ
କେନ୍ଦୁଝର, (ନିପ୍ର) ଜିଲ୍ଲା ଆଇନସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ଏବଂ ବନ ବିଭାଗ ମିଳିତ ସହଯୋଗରେ ବନ ମହତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଧରଣୀଧର ମେଡିକଲ କଲେଜ ପରିସର ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା ଦୈରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାପାତ୍ର ଉଦଘାଟନ କରିବା ସହିତ ବୃକ୍ଷ ରୋପଣ କରିଥିଲେ।ଏଥିରେ ସ୍ଥାୟୀ ଲୋକ ଅଦାଲତ... Read More