ଫୁଲବାଣୀ: ଫୁଲବାଣୀରେ ଅନୁଷ୍ଠିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଏବଂ ବିଜେଡିକୁ ସିଧାସଳକ ଟାର୍ଗେଟ କରିଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନା କାଗଜରେ ଓଡ଼ିଶାର ଜିଲାଗୁଡ଼ିକର ନାମ କହିବାକୁ ଆହ୍ବାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ସମାବେଶରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ, ‘ମୁଁ ନବୀନ ବାବୁଙ୍କୁ ଚାଲେଞ୍ଜ କରୁଛି। ନବୀନ ବାବୁ ବିନା କାଗଜରେ ଓଡ଼ିଶାର ଜିଲା ଏବଂ ଜିଲା ମୁଖ୍ୟାଳୟମାନଙ୍କର ନାମ କୁହନ୍ତୁ। ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲାଗୁଡ଼ିକ ନାମ ଜାଣିନାହାନ୍ତି, ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି ? ଆମକୁ ୫ ବର୍ଷ ଦିଅନ୍ତୁ, ଆମେ ଓଡ଼ିଶାକୁ ୧ ନମ୍ବର କରିଦେବୁ’ ବୋଲି ମୋଦୀ କହିଥିଲେ।