ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତିରୁଚିରାପଲ୍ଲୀରେ ଅନେକ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଏହା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପର ସମୁଦାୟ ୨୦,୧୪୦ କୋଟି ଟଙ୍କା ରହିଛି।
ପ୍ରଧାନମନ୍ତ୍ରୀ ତାମିଲନାଡୁରେ ବିମାନ ଏବଂ ବନ୍ଦର, ରେଲଓ୍ବେ, ହାଇଓ୍ବେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍, ପରମାଣୁ ଶକ୍ତି ଏବଂ ଉଚ୍ଚ ଶିକ୍ଷା ସହ ଜଡ଼ିତ ୨୦ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ଉଦ୍ଘାଟନ କରିଛନ୍ତି ଏବଂ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀ ଇଣ୍ଟରନାସନାଲ ଏୟାରପୋର୍ଟରେ ନିର୍ମିତ ଟର୍ମିନାଲ ଭବନର ଉଦ୍ଘାଟନ କରିଛନ୍ତି। ପ୍ରାୟ ୧୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ କରାଯାଇଛି। ଏଥିରେ ୪୪ ଲକ୍ଷରୁ ଅଧିକ ଯାତ୍ରୀଙ୍କ କ୍ଷମତା ରହିଛି।
ଏହି ଅବସରରେ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ନିକଟରେ ହୋଇଥିବା ବର୍ଷା, ବନ୍ୟା ଯୋଗୁଁ ହୋଇଥିବା କ୍ଷତି ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ଆମେ ପ୍ରଭାବିତ ପରିବାରଙ୍କ କଷ୍ଟ ଆମେ ବୁଝିପାରୁଛୁ। କେନ୍ଦ୍ର ସରକାର ସଙ୍କଟର ଏହି ସମୟରେ ତାମିଲନାଡୁ ଲୋକଙ୍କ ସହ ଅଛନ୍ତି। ଆମେ ରାଜ୍ୟ ସରକାରଙ୍କୁ ସବୁ ସମ୍ଭବ ସହାୟତା ପ୍ରଦାନ କରୁଛୁ। ’’
ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ପିଏମ ମୋଦୀ, ଡିଏମକେ ନେତା ତଥା ଅଭିନେତା ସ୍ବର୍ଗତ ବିଜୟକାନ୍ତ ମନେପକାଇ ତାଙ୍କର ପ୍ରଶଂସା କରିଛନ୍ତି। ଶ୍ରୁଦ୍ଧାଞ୍ଜଳି ଦେବା ସହ ପରିବାର ଏବଂ ତାଙ୍କ ଫ୍ୟାନ୍ଙ୍କୁ ସମବେଦନା ଜଣାଇଛନ୍ତି।