ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଶିରିଡିରେ ପହଞ୍ଚିଛନ୍ତି । ଏହି ଗସ୍ତରେ ମୋଦି ଶିରିଡି ସାଇବାବଙ୍କ ମନ୍ଦିରରେ ଦର୍ଶନ କରିବା ସହିତ ପୂଜା କରିଛନ୍ତି । ମୋଦି ଶିରିଡିରେ ୭୫୦୦ କୋଟି ଟଙ୍କାର ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିରେ ସ୍ୱାସ୍ଥ୍ୟ, ରେଳ, ସଡ଼କ, ତେଲ ଏବଂ ଗ୍ୟାସ ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଛି ।
ମୋଦି ଶିରିଡିରେ ପହଁଚିଛନ୍ତି, ଯେଉଁଠାରେ ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା ଏବଂ ଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ଶିରିଡି ସାଇବାବା ମନ୍ଦିରରେ ନୂଆ ଦର୍ଶନ କ୍ୟୁ କମ୍ପେ୍ଲକ୍ସର ଉଦଘାଟନ କରିଛନ୍ତି । ଏହା ପରେ ନିଲୱାଣ୍ଡେ ଡ୍ୟାମର ଜଳ ପୂଜା କରିବା ସହିତ ଏବଂ ବନ୍ଧର ଏକ କେନାଲ ନେଟୱାର୍କ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ମୋଦି। ତା’ପରେ ପ୍ରଧାନମନ୍ତ୍ରୀ ଶିରିଡିର ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ପରି ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
୮୫ କିଲୋମିଟର କେନାଲ ନେଟୱାର୍କ ଜଳର ପାଇପ୍ ବିତରଣ ନେଟୱାର୍କକୁ ସୁଗମ କରି ୧୮୨ ଟି ଗାଁକୁ ଉପକୃତ ହେବେ । ନିଲୱାଣ୍ଡେ ଡ୍ୟାମର ପ୍ରକଳ୍ପ ପ୍ରଥମେ ୧୯୭୦ ରେ ଆରମ୍ଭ କରାଯାଇଥିଲା । ଏହା ପ୍ରାୟ ୫,୧୭୭ କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଛି ବୋଲି ସୂଚନା ମିଳିଛି । ଏହାପରେ ମୋଦି ଗୋଆ ଗସ୍ତ କରିବେ । ସେଠାରେ ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମ ମଣ୍ଡଗାଁରେ ୩୭ ରାଷ୍ଟ୍ରୀୟ ଖେଳର ଉଦ୍ଘାଟନ କରିବେ । ଏହାସହିତ ଖେଳରେ ସାମିଲ ହେବାକୁ ଥିବା ଆଥଲେଟଙ୍କୁ ସମ୍ବୋଧନ କରିବେ । ଏହା ପ୍ରଥମ ଥର ପାଇଁ ଗୋଆରେ ଆୟୋଜିତ ହେଉଛି । ଏହହା ୨୬ ନଭେମ୍ବରରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ । ଏଥିରେ ସମଗ୍ର ଦେଶର ୧୦ ହଜାରରୁ ଅଧିକ ଆଥଲେଟ୍ ଯୋଗ ଦେବେ ।