ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ପୁଣି ଟପ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗବେଷଣା ସଂସ୍ଥା ମର୍ଣ୍ଣିଂ କନସଲ୍ଟ କମ୍ପାନୀର ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକା ଜାରି କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ଅପ୍ରୁଭାଲ ରେଟିଂ ସହ ନମ୍ବର ୱାନ୍ରେ ଅଛନ୍ତି।
ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନିଙ୍କ ନାମ ମଧ୍ୟ ରହିଛି। ମର୍ଣ୍ଣିଂ କନ୍ସଲ୍ଟର ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ୬୬% ଆପ୍ରୁଭାଲ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ଥିବା ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲେନ୍ ବୁର୍ସେଟ୍ ୫୮ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଛି। ସେହିପରି ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭା ଲୋକପ୍ରିୟତା ତାଲିକାରେ ୪୯ ପ୍ରତିଶତ ରେଟିଂ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ପଞ୍ଚମ ସ୍ଥାନରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଅଚନ୍ତି। ତାଙ୍କୁ ୪୭ ପ୍ରତିଶତ ରେଟିଂ ମିଳିଛି।
ଲୋକପ୍ରିୟ ନେତା ତାଲିକାରେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ୪୧ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି। ସପ୍ତମ ସ୍ଥାନରେ ଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର୍ ଡି କ୍ରୋ ୩୭ ପ୍ରତିଶତ ରେଟିଂ ପାଇଛନ୍ତି। ଏଥି ସହିତ ଅଷ୍ଟମ ନମ୍ବରରେ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନବମ ନମ୍ବରରେ ଆସିଥିବା ସ୍ପେନର ପେଡ୍ରୋ ସାଞ୍ଚେଜ ମଧ୍ୟ ୩୭ ପ୍ରତିଶତ ରେଟିଂ ପାଇଛନ୍ତି। ସେହିପରି ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭାରାଡକର ୩୬ ପ୍ରତିଶତ ଅନୁମୋଦନ ସହ ଦଶମ ସ୍ଥାନରେ ଅଛନ୍ତି। ସେହିପରି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୩୧ ପ୍ରତିଶତ ରେଟିଂ ସହ ୧୩ ନମ୍ବର ସ୍ଥାନରେ ଅଛନ୍ତି। ୨୫ ପଏଣ୍ଟ ପାଇଁ ୧୮ ନମ୍ବର ସ୍ଥାନରେ ଅଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ।