କେନ୍ଦୁଝର, କେନ୍ଦୁଝରଗଡ଼ ପୌରପାଳିକା ଗୁରୁବାର ୭୩ତମ ସ୍ବାୟତ୍ତ ଶାସନ ଦିବସ ପାଳୁଥିବା ବେଳେ, ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ସହର ବାସିନ୍ଦା । ଘଂଟିକିଆ ବର୍ଷା ରେ ବେହାଲ ସହର, ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ରାସ୍ତାରେ ଚାଲୁଛି ପାଣି । ବିଭିନ୍ନ ୱାର୍ଡର ସାହି ମାନଙ୍କରେ ରାସ୍ତା ବେହାଲ୍ ହୋଇଥିବା ବେଳେ ଡ୍ରେନେଜ୍ ସମସ୍ୟା ଚରମସୀମାରେ ପହଞ୍ଚିଛି । ଜବରଦଖଲ ଓ ଟ୍ରାଫିକ୍ ଜାମ ସମସ୍ୟାରେ ମଧ୍ୟ ସୁଧାର ଆସୁନାହିଁ । ପୌର ପ୍ରଶାସନ ସହରବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଣଓସାରିଆ ରାସ୍ତା ଫଳରେ ଅନେକ ସାହିରେ ଜରୁରିକାଳୀନ ଆମ୍ବୁଲାନ୍ସ, ଦମକଳ ଗାଡ଼ି, ସେସ୍ପୁଲ, ପାଣି ଟ୍ୟାଙ୍କର, ସ୍କୁଲ ଭ୍ୟାନ ଆଦି ପ୍ରବେଶ କରି ପାରୁନାହିଁ ବୋଲି ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି ଅଜୟ କୁମାର ସାହୁ କହିଛନ୍ତି। ପ୍ରଶାସନ ର ତତ୍ପରତା ଦେଖାଦେଲେ ହୁଏତ ଏହିଭଳି ସମସ୍ତ ମମସ୍ୟର ସୁଧାର ଆସିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତରଖିଛନ୍ତି ।
August 31, 2023
0 Comment
177 Views
ସମସ୍ୟା ଘେରରେ କେନ୍ଦୁଝରଗଡ଼ ପୌରାଞ୍ଚଳ, ସୁଧୁରୁନି ରାସ୍ତା ଓ ଡ୍ରେନେଜ୍ ବ୍ୟବସ୍ଥା
କେନ୍ଦୁଝର, କେନ୍ଦୁଝରଗଡ଼ ପୌରପାଳିକା ଗୁରୁବାର ୭୩ତମ ସ୍ବାୟତ୍ତ ଶାସନ ଦିବସ ପାଳୁଥିବା ବେଳେ, ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ସହର ବାସିନ୍ଦା । ଘଂଟିକିଆ ବର୍ଷା ରେ ବେହାଲ ସହର, ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ରାସ୍ତାରେ ଚାଲୁଛି ପାଣି । ବିଭିନ୍ନ ୱାର୍ଡର ସାହି ମାନଙ୍କରେ ରାସ୍ତା ବେହାଲ୍ ହୋଇଥିବା ବେଳେ ଡ୍ରେନେଜ୍ ସମସ୍ୟା ଚରମସୀମାରେ ପହଞ୍ଚିଛି । ଜବରଦଖଲ ଓ ଟ୍ରାଫିକ୍ ଜାମ ସମସ୍ୟାରେ ମଧ୍ୟ ସୁଧାର ଆସୁନାହିଁ । ପୌର ପ୍ରଶାସନ ସହରବାସୀଙ୍କ... Read More