କଟକ : କଟକ ଏସସିବି ମେଡିକାଲରେ ଘନେଇବାରେ ଲାଗିଛି ନର୍ସିଂ ଅଫିସର୍ ଓ ହାଉସ ସର୍ଜନଙ୍କ ବିବାଦ । ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବେ ନର୍ସିଂ ସଂଘ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିଠୁ ପ୍ରତିବାଦ କରିବେ ନର୍ସିଂ ଅଫିସର । ଏନେଇ ଓଡ଼ିଶା ନର୍ସିଂ ସଂଘର ଏସସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ କାଲିଠୁ ସାରା ରାଜ୍ୟରେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର । ତିନି ଦିନ ପ୍ରତିକାତ୍ମକ ଆନ୍ଦୋଳନ କରିବେ, ଉପୁଜିଥିବା ବିବାଦର ଶୀଘ୍ର ସମାଧାନ ନହେଲେ ୨୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଦୋଳନ ଯୋଗୁ ଏସସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ନର୍ସିଂ ସଂଘର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ୩ ଡାକ୍ତର ସଂଘ । ଏସସିବି ଜୁନିୟର ଡାକ୍ତର ସଂଘ, ଏସସିବି ଡାକ୍ତର ଛାତ୍ର ସଂଘ ଓ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ନର୍ସିଂ ସଂଘକୁ ସମର୍ଥନ ମିଳିଛି ।