ନୂଆଦିଲ୍ଲୀ : କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ହଠାତ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନ ଯାଇ ସେଠାରେ କୁଲିମାନଙ୍କୁ ଭେଟିଛନ୍ତି । ସେ କୁଲି ମାନଙ୍କ ସହ ବେଶ୍ କିଛି ସମୟ କଥାବାର୍ତ୍ତା କରିଥିଲେ ଓ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ପରେ ରାହୁଲ ନିଜେ କୁଲି ପୋଷାକ ପିନ୍ଧି ଲୋକଙ୍କ ସାମାନ ମୁଣ୍ଡାଇଥିବା ଦେଖିବାକୁ ମିଳିଥିଲା।
କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଆନନ୍ଦ ବିହାର ରେଳ ଷ୍ଟେସନ ଗସ୍ତ ସମ୍ପର୍କରେ ଏହାର ଏକ୍ସ ହ୍ୟାଣ୍ଡେଲରେ (ପୂର୍ବରୁ ଟ୍ୱିଟର) ସୂଚନା ଦେଇଛି।