କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍ରେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଆସନ୍ତା ୨୦୨୬ରେ ହାଇସ୍କୁଲ୍ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷା ଦେବେ । ଏଥିପାଇଁ ଶୁକ୍ରବାର ଠାରୁ ପଞ୍ଜୀକରଣ ଲାଗି ବୋର୍ଡ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ସମୟ ସୀମା ଦିଆଯାଇଛି । ଛାତ୍ରଛାତ୍ରୀ ପଞ୍ଜୀକରଣ ଫି’ ବାବଦକୁ ୬୦ ଟଙ୍କା ଅନ୍ଲାଇନ୍ ଜରିଆରେ ଦାଖଲ କରିବେ । ଏସ୍ସି ଓ ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ଦେୟ ମୁକ୍ତ ରହିଛି। ପଞ୍ଜୀକରଣ ସମ୍ପର୍କିତ ସମସ୍ତ ତଥ୍ୟ ବୋର୍ଡ ୱେସାଇଟ୍ରେ ଉପଲବ୍ଧ । ଯେଉଁ ନବମ ଛାତ୍ରଛାତ୍ରୀ ପଞ୍ଜୀକରଣ କରାଇନଥିବେ ସେମାନେ ୨୦୨୬ ମାଟ୍ରିକ୍ ପରୀକ୍ଷା (ରେଗୁଲାର ) ଦେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
September 27, 2024
0 Comment
55 Views
ଆଜିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
by Editor
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍ରେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଆସନ୍ତା ୨୦୨୬ରେ ହାଇସ୍କୁଲ୍ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷା ଦେବେ । ଏଥିପାଇଁ ଶୁକ୍ରବାର ଠାରୁ ପଞ୍ଜୀକରଣ ଲାଗି ବୋର୍ଡ ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ସମୟ ସୀମା ଦିଆଯାଇଛି । ଛାତ୍ରଛାତ୍ରୀ ପଞ୍ଜୀକରଣ ଫି’ ବାବଦକୁ ୬୦ ଟଙ୍କା ଅନ୍ଲାଇନ୍ ଜରିଆରେ ଦାଖଲ କରିବେ । ଏସ୍ସି ଓ... Read More