ପ୍ୟାରିସ୍: ଜାପାନିଜ କାର୍ କମ୍ପାନି ନିଶାନ୍ରେ ଥିବା ୫ ପ୍ରତିଶତ ଅଂଶଧନ ବିକ୍ରି କରିବ ଫ୍ରାନ୍ସ କାର୍ ନିର୍ମାତା ରେନଲ୍ଟ,। ପ୍ରକୃତରେ ଉଭୟ କମ୍ପାନି ଦୀର୍ଘଦିନର ସହଭାଗିତାକୁ ଶେଷ କରିବା ସହ ନିଜକୁ ପୁନଃସ୍ଥାପିତ କରିବାକୁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ରେନଲ୍ଟ ନିଶାନରେ ଥିବା ଅଂଶଧନ କମାଇବାକୁ ଯୋଜନା କରିଛି। ଆଉ ନିଶାନରେ ଅଂଶଧନ କମାଇବା ନିଷ୍ପତ୍ତି ହେଉଛି ପ୍ରଥମ ପର୍ଯ୍ୟାୟ।
ଏନେଇ ରେନଲ୍ଟ କହିଛି ଅନୁମାନିକ ୭୬୫ ମିଲିୟନ ୟୁରୋ ବିକ୍ରି ବୁଧବାର ହୋଇଯିବ। ତେବେ ଏହା ଦ୍ବାରା ୧.୫ ବିଲିୟନ ୟୁରୋ କ୍ଷତି ହେବ। କିନ୍ତୁ ଏହାର ପରିଚାଳନା ଆୟକୁ ପ୍ରଭାବିତ କରିବ ନାହିଁ। ତେବେ ଏହି ଅଂଶଧନ କମାଇବା ପାଇଁ ରେନଲ୍ଟ ଏବଂ ନିସାନ ମଧ୍ୟରେ ୯ ମାସ ଧରି ଆଲୋଚନା ପରେ ଜୁଲାଇରେ ପାର୍ଟନରସିପ ପୁନର୍ଗଠନ ସର୍ତ୍ତକୁ ମଞ୍ଜୁରୀ ମିଳିଥିଲା।
ପାର୍ଟନରସିପ୍ ଅନୁଯାୟୀ ଉଭୟ କମ୍ପାନିର ଲକ୍ଷ୍ୟ ୧୫% ପର୍ଯ୍ୟନ୍ତ ଶେୟାରହୋଲ୍ଡିଂ ହ୍ରାସ କରିବା ରଖିବା। ଆଉ ଏହା ଅନୁଯାୟୀ, ନିଶାନ ପ୍ରଥମେ ୫ ପ୍ରତିଶତ ସେୟାର ଫେରସ୍ତ ନେଉଛି। ସୂଚନା ଅନୁଯାୟୀ, ୨୦୨୨ ଶେଷ ସୁଦ୍ଧା ରେନଲ୍ଟ ନିଜର ନିଶାନରେ ଥିବା ୪୩.୪% ଅଂଶଧନର ମୂଲ୍ୟ ୧୭.୫ ବିଲିୟନ କହିଥିଲା ଯେତେବେଳେ ବର୍ତ୍ତମାନ ସମୁଦାୟ ନିଶାନରେ ବଜାର ମୂଲ୍ୟ ୧୫ ବିଲିୟନ ୟୁରୋରୁ ଅଧିକ।
ତେବେ ନିସାନ ଅଂଶଧନ ବିକ୍ରି ଫଳରେ ରେନଲ୍ଟ, ନିବେଶ ଗ୍ରେଡ ରେଟିଂ ହାସଲ କରିବାକୁ ସାହାଯ୍ୟ ମିଳିବା ନେଇ ଆଶା ରହିଛି। ସେହିଭଳି ନିଶାନ ଏକ ବିବୃତ୍ତିରେ କହିଛି ଯେ ରେନଲ୍ଟ ଠାରୁ ଯେଉଁ ଶେୟାର ଫେରସ୍ତ ନେଉଛି ତାହାକୁ ରଦ୍ଦ କରିଦେବ।