ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଜାତୀୟ ରାଜପଥ- ୫୯ର କିରିକୁଟି ହାଇସ୍କୁଲ ନିକଟରେ ସୋମବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ନିକଟସ୍ଥ କୁମ୍ଭାରମୁଣ୍ଡା କଲୋନୀ ସାହିର କାମଦେବ ଦିଗାଲ (୬୦) ଓ ପତ୍ନୀ ବିବିକା ଦିଗାଲ (୫୫)ଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିରରୁ ଦାରିଙ୍ଗବାଡ଼ି ବୁଲି ଆସିଥିବା ପର୍ଯ୍ୟଟକଙ୍କ ଏକ ଭ୍ୟାନ୍ କାମଦେବ ଓ ବିବିକା ବସିଥିବା ଲୁନାକୁ ଧକ୍କା ଦେଇଥିଲା। ବିବିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା କାମଦେବଙ୍କ ଜୀବନ ଚାଲି ଯାଇଥିଲା। ଦାରିଙ୍ଗବାଡ଼ି ଥାନା ପୋଲିସ ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ଟୁରିଷ୍ଟ ଭ୍ୟାନ୍ ଓ ମୃତକଙ୍କ ଲୁନା ଜବତ କରିଛି।

December 5, 2022
0 Comment
289 Views
ଦାରିଙ୍ଗବାଡ଼ିରେ ସଡ଼କ ଦୁର୍ଘଟଣା, ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ
by Editor
ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଜାତୀୟ ରାଜପଥ- ୫୯ର କିରିକୁଟି ହାଇସ୍କୁଲ ନିକଟରେ ସୋମବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ନିକଟସ୍ଥ କୁମ୍ଭାରମୁଣ୍ଡା କଲୋନୀ ସାହିର କାମଦେବ ଦିଗାଲ (୬୦) ଓ ପତ୍ନୀ ବିବିକା ଦିଗାଲ (୫୫)ଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିରରୁ ଦାରିଙ୍ଗବାଡ଼ି ବୁଲି ଆସିଥିବା ପର୍ଯ୍ୟଟକଙ୍କ ଏକ ଭ୍ୟାନ୍ କାମଦେବ ଓ ବିବିକା ବସିଥିବା ଲୁନାକୁ ଧକ୍କା ଦେଇଥିଲା। ବିବିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦାରିଙ୍ଗବାଡ଼ି ଗୋଷ୍ଠୀ... Read More