କେନ୍ଦୁଝର, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ସଦର ବ୍ଲକ ଶାଖା ପକ୍ଷରୁ ୩ଦଫା ସମ୍ବଳିତ ଦାବିପତ୍ର ମଣ୍ତଳ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି।ସଦର ବ୍ଲକ ପରିସର ରେ ପ୍ରତିବାଦ ସଭା ସଭାପତି ଶ୍ରୀ ହେମନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥି୍ର ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଏନ୍.ପି.ଏସ୍. କନିଷ୍ଟ ଶିକ୍ଷକ ସଂଘ ପୂର୍ବତନ କୋଡର ଶିକ୍ଷକ ସଂଘ,ପାର୍ଟ ଟାଇମ ଶିକ୍ଷକ ସଂଘ ସାମିଲ ହୋଇଥିଲେ।ନଭେମ୍ବର ୨୭ତାରିଖରେ ହେଉଥିବା ଔତିହାସିକ ରାଲିକୁ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଭଣ୍ତୁର କରାଯାଇ ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟଦାବି ପୂରଣରେ ସରକାର ଟାଳଟୁଳନୀତି ଅବଲମ୍ବନ କରୁଥିବାରୁ ପୁର୍ନବାର ଶିକ୍ଷକ ସମୂହ ଛୁଟିରେ ଯିବାକୁ ନିଷ୍ପତି ନେଇଛନ୍ତି।ଏଣୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାଲା ଝୁଲିବାର ସମ୍ଭାବନା ରହିଛି।ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଏନ୍.ପିଏସ୍.ରାଜ୍ୟ ଉପସଭାପତି ଶ୍ରୀ ମନୋଜ କୁମାର ମହାନ୍ତ ଶିକ୍ଷକ ମାନଙ୍କର ଦାବି ପୂରଣରେ ଟାଳଟୁଳନୀତି ଅବଲମ୍ବନକଲେ ଆଗାମୀ ନିର୍ବାଚନରେ ଏହାର ପ୍ରତିଫଳନ ହେବ ବୋଲି ଚେତାବନୀ ଦେଇଥିଲେ।ଆୟୋଜିତ ଏହି ବୈଠକରେ ୩ଶହରୁ ଉର୍ଦ୍ଧ ଶିକ୍ଷକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ର ସାଧାରଣ ସଂମ୍ପାଦକ ଶ୍ରୀ ଦିବାକର ସେଠୀ,ଶ୍ରୀ ବିଶ୍ବନାଥ ମାଝୀ,ଶ୍ରୀ ଭରତ ଚନ୍ଦ୍ର ନାଏକ,ଶ୍ରୀ ରଞ୍ଜିତ ବ୍ରହ୍ମ,ଶ୍ରୀ ଅଭିମନ୍ୟୁ ଦାଶ,ଶ୍ରୀ ଅନିଲ କୁମାର ନାଏକ,ଶ୍ରୀ ସୈାଭାଗ୍ୟ ଦାସ,ଶ୍ରୀ ବସନ୍ତ କୁମାର ପରିଡା,ଶ୍ରୀ ସଂଞ୍ଜିବ କୁମାର ଦାଶ,ଶ୍ରୀ ଉମାଶଙ୍କର ମିଶ୍ର,ଶ୍ରୀରଜତ କୁମାର ପତି,ଶ୍ରୀମତି ଜୟନ୍ତୀ ଦାଶ,ଶ୍ରୀମତୀ ସସ୍ମିତା ବାରିକ,ଶ୍ରୀମତି ଦିବ୍ୟଦର୍ଶିନୀ ସାହୁ,ଶ୍ରୀମତୀ ରୀତା ମୁର୍ମୁ,ମୈସୁମୀ ଦାସ,ପ୍ରଜ୍ଞା ଦାସ,ପୂର୍ବତନ କୋଡର ସଂଘ ସଦସ୍ୟ ପ୍ରାଣବନ୍ଧୁ ହେମ୍ବ୍ରମ,ବହୁଭାଷି ଶିକ୍ଷକ ସଂଘ ସଦସ୍ୟ ସୁନିଲ କୁମାର ସାମାଡ,କନିଷ୍ଠ ଶିକ୍ଷକ ସଂଘ ସଦସ୍ୟ ଦିପକ ପ୍ରଧାନ,ପାର୍ଟ ଟାଇମ ଶିକ୍ଷକ ସଂଘ ସଦସ୍ୟ ସମରଜିତ ସିଂ,ମଞ୍ଜୁବତୀ ମୁଖାର୍ଜି,ସିଦ୍ଧାର୍ଥ ଦାସ,ଭୂବନ ତ୍ରିପାଠୀ,ମଦନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।
August 5, 2023
0 Comment
219 Views
ସଦର ବ୍ଲକ ଶିକ୍ଷକ ସମୂହର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର
କେନ୍ଦୁଝର, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ସଦର ବ୍ଲକ ଶାଖା ପକ୍ଷରୁ ୩ଦଫା ସମ୍ବଳିତ ଦାବିପତ୍ର ମଣ୍ତଳ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି।ସଦର ବ୍ଲକ ପରିସର ରେ ପ୍ରତିବାଦ ସଭା ସଭାପତି ଶ୍ରୀ ହେମନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥି୍ର ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଏନ୍.ପି.ଏସ୍. କନିଷ୍ଟ ଶିକ୍ଷକ ସଂଘ ପୂର୍ବତନ କୋଡର ଶିକ୍ଷକ ସଂଘ,ପାର୍ଟ ଟାଇମ ଶିକ୍ଷକ ସଂଘ ସାମିଲ ହୋଇଥିଲେ।ନଭେମ୍ବର ୨୭ତାରିଖରେ... Read More