ଭୁବନେଶ୍ୱର: ଭୁବନେଶ୍ବରରେ “ସେଫ ସିଟି ଡ୍ରାଇଭ” ଅଭିଯାନ । ଏହି କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ ଚାଲୁଅଛି । ଏହି ଧରପଗଡ ଅଭିଯାନରେ ସମସ୍ତ ଯାନବାହାନକୁ ଯାଞ୍ଚ କରାଯିବା ସହିତ ଆବଶ୍ୟକ ସ୍ଥଳେ ଗାଡି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଅଛି ।
ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ବର ସହରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଥାନା ତରଫରୁ ମଦ୍ୟପାନ ଜନିତ ଗାଡି ଚାଳନା ବିରୋଧରେ କରାଯାଇଥିବା ଅଭିଯାନ ମାଧ୍ୟମରେ ମୋଟ ୩୫ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାସହ ସମୁଦାୟ ୨0ଟି ଚାରିଚାକିଆ ଗାଡ଼ି ଓ ୧୫ଟି ଦୁଇଚକିଆ ଗାଡ଼ି ଓ ୮ଟି ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯାଇଛି ।