ନୂଆଦିଲ୍ଲୀ : ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ। ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କର ମର ଶରୀରକୁ ବୁଧବାର ଲକ୍ଷ୍ନୌର ସାହାରା ସହର ଅଣାଯିବ। ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।
ତାଙ୍କ ନିଧନରେ ସମାଜବାଦୀ ପାର୍ଟି ଶୋକ ପ୍ରକାଶ କରିଛି। ସାହାରାଶ୍ରୀ ସୁବ୍ରତ ରାୟଙ୍କ ନିଧନରେ ଅତ୍ୟନ୍ତ ଦୁଃଖଦ। ଈଶ୍ଵର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଶୋକାକୁଳ ପରିଜନଙ୍କୁ ଅସୀମ ଦୁଃଖ ସହିବାକୁ ଧୈର୍ଯ୍ୟ ଦିଅନ୍ତୁ।
୧୯୪୮ ମସିହା ଜୁନ ୧୦ ତାରିଖରେ ବିହାରର ଅରରିଆରେ ସୁବ୍ରତ ରାୟ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ପ୍ରମୁଖ କାରବାର ସାହାରା ଇଣ୍ଡିଆ ପରିବାରର ସଂସ୍ଥାପକ ଥିଲେ। ସେ ସମଗ୍ର ଦେଶରେ ସାହାରାଶ୍ରୀ ନାମରେ ବେଶ ପରିଚିତ ଥିଲେ। ସୁବ୍ରତ ଗୋରଖପୁରର ସରକାରୀ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ରୁ ମେକାନିକାଲ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ନିଜର ବ୍ୟବସାୟ ଗୋରଖପୁରରୁ ଆରମ୍ଭ କରିଥିଲେ।