ନୂଆଦିଲ୍ଲୀ : ଏନ୍ସିପି ସୁପ୍ରିମୋ ଶରଦ ପାୱାର ବିଦ୍ରୋହୀ ନେତାମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାଙ୍କର ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ଶରଦ ପାଓ୍ଵାର ବିଦ୍ରୋହୀ ଦଳର ନେତାଙ୍କୁ ସ୍ପଷ୍ଟ ରୂପେ ତାଙ୍କ ଫଟୋ ବ୍ୟବହାର କରିବାକୁ ମନା କରି ଦେଇଛନ୍ତି।
ସେ କହିଛନ୍ତି ଯେ ‘ମୁଁ ଯେଉଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛି ଏବଂ ଜୟନ୍ତ ପାଟିଲ ମହାରାଷ୍ଟ୍ରର ରାଜ୍ୟ ଅଧ୍ୟକ୍ଷ ଅଛନ୍ତି, କେବଳ ସେହି ଦଳର ଲୋକେ ମୋ ଫଟୋ ବ୍ୟବହାର କରିବେ। ଅନ୍ୟ କେହି ମଧ୍ୟ ମୋର ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିବେ ନାହିଁ’।