ଲକ୍ଷ୍ନୌ: ଶନିବାର ଲକ୍ଷ୍ନୌରେ ହୋଇଥିବା ବିଶ୍ୱକପ୍ ଫାଇଟ୍ରେ ନେଦରଲାଣ୍ଡ ବିପକ୍ଷରେ ୫ ୱିକେଟ୍ରେ ବିଜୟୀ ହୋଇଛି ଶ୍ରୀଲଙ୍କା। ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍ରେ ଦୁଇ ଟିମ୍ ମୁହାଁମୁହିଁ ହୋଇଥିଲେ। ନେଦରଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୬୨ ରନ୍ କରିଥିଲା। ଆଜି ଦଳ ୪୯.୪ ବଲ୍ରେ ଅଲ୍ଆଉଟ ହୋଇଯାଇଥିଲା।
୨୬୩ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ୪୮.୨ ଓଭରରେ ୫ ୱିକେଟ୍ ହରାଇ ଟାର୍ଗେଟ୍ ହାସଲ କରି ନେଇଥିଲା। ଦଳ ପକ୍ଷରୁ ସାଦିରା ସମରବିକ୍ରମା ସର୍ବାଧିକ ୯୨ ରନ୍ କରି ନଟ୍ଆଉଟ୍ ରହିଥିଲେ। ଏହାପରେ ପାଥୁମ ନିଶଙ୍କା ୫୪ ରନ୍ କରିଥିଲେ। ସେହିପରି ଚରିଥ ଅଶଲଙ୍କା ୪୪ ଓ ଧନଞ୍ଜୟ ଡି ସିଲ୍ଭା ୩୦ ରନ୍ କରିଥିଲେ।
ନେଦରଲାଣ୍ଡ ପକ୍ଷରୁ ଆର୍ଯ୍ୟନ ଦତ୍ତ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ପଲ୍ ଭାନ୍ ମେକେରେନ୍ ଓ କୋଲି ଆକରମେନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଏମାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ନା ରନ୍ ରୋକିବାରେ ସଫଳ ହୋଇଥିଲା ନା ୱିକେଟ ନେବାରେ। ଫଳରେ ଦଳ ଆଜିର ମ୍ୟାଚ୍କୁ ହାରିଯାଇଛି।