ଖଣ୍ଡପଡା : ପୁରୀ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗଣିଆ ବଡ଼ମୂଳ ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ କାଠ କଟା ଅନୁକୂଳ କରାଯାଇଛି । ତେବେ ସୋମବାର ପୁରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୪ ଜଣିଆ ଟିମ୍ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିଥିଲେ ।
ମଙ୍ଗଳବାର ସକାଳ ସମୟରେ ୪ ଜଣିଆ ଟିମ୍ ମା’ ବଡ଼ରାଉଳଙ୍କ ପୀଠରେ ପହଞ୍ଚି ଥିଲେ । ତେବେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳକୁ ବନ ବିଭାଗ ଓ ଗ୍ରାମବାସୀ ମାନଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇ ମା’ଙ୍କୁ ପ୍ରଦାନ କରାଯାଇଥିଲା । ପରେ ଏହି ଅବସରରେ ହୋମଯଜ୍ଞ ସହ ନାମକୀର୍ତ୍ତନ କରାଯାଇ ଗଛକଟା ଅନୁକୂଳ କରାଯାଇଥିଲା ।
ପୁରୀକୁ ରଥ ନିମନ୍ତେ ୮୧୨ ଗୋଟି କାଠ ଯୋଗାଇବା ପାଇଁ ଧାର୍ଯ୍ୟ ରଖାଯାଇଥିବା ନୟାଗଡ଼ ଡିଏଫଓ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୩୫୦ ଖଣ୍ଡ ଯୋଗାଡ଼ ହୋଇଥିବା ବେଳେ ଅନ୍ୟସବୁ ଖୁବ୍ଶୀଘ୍ର ଚୟନ କରାଯାଇ ଶ୍ରୀମନ୍ଦିରକୁ ପଠାଯିବା ନେଇ ଡିଏଫ୍ଓ ସୂଚନା ଦେଉଛନ୍ତି । ଏହି ଅବସରରେ ସାଧୁସନ୍ଥ ମାନଙ୍କ ଦ୍ୱାରା ସଂକୀର୍ତ୍ତନ କରାଯାଇଥିବା ବେଳେ ନିଜ ଅଞ୍ଚଳରୁ ରଥକାଠ ଯାଉଥିବା ନେଇ ଗର୍ବିତ ମନେ କରିଛନ୍ତି ସ୍ଥାନୀୟ ବାସିନ୍ଦା ।