ଭୁବନେଶ୍ବର : ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆପାର୍ଟମେଣ୍ଟ ନିରାପତ୍ତା ପାଇଁ ପୋଲିସ କମିଶନର ଏକ ବିବୃତ୍ତି ଜାରି କରିଛନ୍ତି। ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନରେ ସିସିଟିଭି ଲଗାଇବାକୁ ସିପି ପରାମର୍ଶ ଦେଇଛନ୍ତି। ତାହାର ତଥ୍ୟ ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ଗୁଡ଼ିକ କମିଶନରେଟ ପୋଲିସ କଣ୍ଟ୍ରୋଲ୍ ରୁମକୁ ଦେବେ । ଯଦି ଆପଣଙ୍କ ପାଖରେ କୌଣସି ଅଭିଯୋଗ ବା ସୂଚନା ଅଛି, ଦୟାକରି ୭୦୭୭୭୯୮୧୧୧ ନମ୍ବରକୁ ହ୍ବାଟସଆପ କରନ୍ତୁ ।
୨୦୨୪ ମସିହାରୁ ଏ ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ମୋଟ ୬୫ଟି ଚୋରି ରିପୋର୍ଟ ହୋଇଛି । ଏହି ଘଟଣାରେ ୨୯ ଜଣଙ୍କୁ ଗିରଫ କରାଯାଇଛି।