ଭୁବନେଶ୍ୱର : ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ସୁବ୍ରତ ରାଓ ନାମକ ଯୁବକଙ୍କୁ ହତ୍ୟା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ତଥାକଥିତ ‘ଲେଡି ଡ୍ରଗ୍ସ ମାଫିଆ’ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନାକୁ ଗିରଫ କରିଛି ପୋଲିସ। ହତ୍ୟା କାଣ୍ଡ ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ଗତ ୯ ତାରିଖ ରାତିରେ ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳକୁ ଯାଇଥିଲେ। ସେଠାରେ ନିଶା ବେପାରୀଙ୍କ ସହ କଥା କଟାକଟି ହେବାରୁ ସେମାନେ ଚନ୍ଦୁଙ୍କୁ ସଂଘବଦ୍ଧ ଭାବେ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଚନ୍ଦୁଙ୍କୁ ପରିବାର ଲୋକେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲ ।

September 14, 2022
0 Comment
301 Views
ରାଜଧାନୀରେ ଯୁବକଙ୍କୁ ହତ୍ୟା ଘଟଣା ; ୨ ମୁଖ୍ୟ ଅଭିଯୁକ୍ତ ଗିରଫ
by Editor
ଭୁବନେଶ୍ୱର : ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ସୁବ୍ରତ ରାଓ ନାମକ ଯୁବକଙ୍କୁ ହତ୍ୟା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ତଥାକଥିତ ‘ଲେଡି ଡ୍ରଗ୍ସ ମାଫିଆ’ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନାକୁ ଗିରଫ କରିଛି ପୋଲିସ। ହତ୍ୟା କାଣ୍ଡ ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ଗତ ୯ ତାରିଖ ରାତିରେ ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳକୁ ଯାଇଥିଲେ। ସେଠାରେ ନିଶା... Read More