ଭୁବନେଶ୍ୱର : ବାଲେଶ୍ଵର ଜିଲା ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଆଜି ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହିତ କୌଣସି ସରକାରୀ ଉତ୍ସବ ପାଳନ ହେବନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ବାହାନଗା ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି । ଦୁର୍ଘଟଣାରେ ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ତାମିଲନାଡ଼ୁ ଦୁଇ ରାଜ୍ୟରେ ପାଳନ ହେବ ଦିନିକିଆ ଶୋକ । ୨ ରାଜ୍ୟରେ କୌଣସି ସରକାରୀ ଉତ୍ସବ ହେବ ନାହିଁ । ଏନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।