ଅନୁଗୋଳ : ଅନୁଗୋଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍ ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା ବେଳେ ବରଗାପାଲି ନିକଟରେ ଚକା ପଙ୍କଚର ହୋଇଯିବାରୁ ଯାତ୍ରୀମାନେ ବସ୍ରୁ ଓହ୍ଲାଇ ପଡ଼ିଥିଲେ। କିଛି ଯାତ୍ରୀ ଶୌଚ ହେବା ପାଇଁ ରାସ୍ତା ପାର ହୋଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ ୪ ଜଣ ଯାତ୍ରୀ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚମ୍ପଟ ମାରିଛି । ପୋଲିସ ଘଟଣାର ତଦନ୍ତ କରୁଛି।

November 17, 2023
0 Comment
32 Views
ଶୌଚ ପାଇଁ ଗଲା ବେଳେ ମାଡ଼ିଗଲା ଟ୍ରକ୍, ୩ ଯାତ୍ରୀ ମୃତ
by Editor
ଅନୁଗୋଳ : ଅନୁଗୋଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍ ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା ବେଳେ ବରଗାପାଲି ନିକଟରେ ଚକା ପଙ୍କଚର ହୋଇଯିବାରୁ ଯାତ୍ରୀମାନେ ବସ୍ରୁ ଓହ୍ଲାଇ ପଡ଼ିଥିଲେ। କିଛି ଯାତ୍ରୀ ଶୌଚ ହେବା ପାଇଁ ରାସ୍ତା ପାର ହୋଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍... Read More